ଲଭ ଜେହାଦ ବିରୋଧରେ ଅଧ୍ୟାଦେଶ ଆଣିଲେ ଯୋଗୀ ସରକାର : ଜାଣନ୍ତୁ କଣ ରହିଛି ଦଣ୍ଡ

ଲଭ ଜେହାଦ ବିରୋଧରେ ଅଧ୍ୟାଦେଶ ଆଣିଲେ ଯୋଗୀ ସରକାର : ଜାଣନ୍ତୁ କଣ ରହିଛି ଦଣ୍ଡ

ଲଭ ଜେହାଦ ବିରୋଧରେ ଅଧ୍ୟାଦେଶ ଆଣିଲେ ଯୋଗୀ ସରକାର : ଜାଣନ୍ତୁ କଣ ରହିଛି ଦଣ୍ଡ
ଲକ୍ଷ୍ନୌ : ଲଭ ଜେହାଦକୁ ନେଇ ଜାତୀୟ ସ୍ତରରେ ବିତର୍କ ଜାରି ରହିଥିବା ବେଳେ ପ୍ରଥମ ରାଜ୍ୟ ଭାବରେ ଉତ୍ତର ପ୍ରଦେଶ ସରକାର ଏହା ବିରୋଧରେ ଆଇନ ପ୍ରଣୟନ କରିଛନ୍ତି । ମଙ୍ଗଳବାର ଯୋଗୀ ସରକାରଙ୍କ ପକ୍ଷରୁ ଲଭ ଜେହାଦ ବିରୋଧରେ ଅଧ୍ୟାଦେଶ ଅଣାଯାଇଛି । ଲଭ ଜେହାଦ କାରଣରୁ ଅନୈତିକ ଭାବରେ କରାଯାଉଥିବା ଧର୍ମ ପରିବର୍ତ୍ତନ ବିରୋଧରେ ଏହି ଆଇନ ପ୍ରଣୟନ କରାଯାଇଛି । ଯେଉଁ ଲଭ ଜେହାଦରେ ଝିଅର ଧର୍ମ ପରିବର୍ତ୍ତନ କରାଯାଏ ତାହାକୁ ଆଇନତଃ ଅପରାଧ ବୋଲି ବିବେଚନା କରାଯିବ । ଯୋଗୀ ସରକାରଙ୍କ ପକ୍ଷରୁ ପ୍ରଣୀତ ଏହି ନୂତନ ଆଇନରେ ଏହି ଅପରାଧ ପାଇଁ ୧୦ ବର୍ଷର ଜେଲର ବ୍ୟବସ୍ଥା କରାଯାଇଛି । ଏପରି ବିବାହକୁ ଅବୈଧ ଘୋଷଣା କରାଯିବା ସହିତ ଧର୍ମପରିବର୍ତ୍ତନକାରୀଙ୍କ ବିପକ୍ଷରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯିବ । ଲଭ ଜେହାଦ ତଥା ଏପରି ବିବାହ ଓ ଧର୍ମ ପରିବର୍ତ୍ତନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏହି ଆଇନର ମୁଖ୍ୟ ଲକ୍ଷ୍ୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ମାମଲାର ବିଚାର ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ ନିକଟରେ କରାଯିବ । ସେହିପରି ନାବାଳିକାଙ୍କ ଧର୍ମ ପରିବର୍ତ୍ତନର ଚେଷ୍ଟା କରାଗଲେ ୧-୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୧୫ ହଜାର ଟଙ୍କାର ଜରିମାନା ବ୍ୟବସ୍ଥା କରାଯାଇଛି । ତେବେ ବିବାହ ପୂର୍ବରୁ ଜଣେ ଧର୍ମ ପରିବର୍ତ୍ତନ କରିବାକୁ ଚାହିଁଲେ ଜଣେ କରିପାରିବେ । ବିବାହର ଦୁଇ ମାସ ପୂର୍ବରୁ ଏ ସମ୍ପର୍କିତ ଆବେଦନ କରିବାକୁ ପଡିବ ବୋଲି ଅଧ୍ୟାଦେଶରେ ଉଲ୍ଲେଖ କରାଯାଇଛି । ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିନଥିଲେ ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୧୦ ହଜାର ଟଙ୍କାର ଅର୍ଥ ଦଣ୍ଡ ପ୍ରଦାନ କରାଯିବ । ସେହିପରି ସାମୂହିକ ଧର୍ମ ପରିବର୍ତ୍ତନ କରାଗଲେ ୩-୧୦ ବର୍ଷର କାରାଦଣ୍ଡ ସହିତ ୫୦ ହଜାରର ଅର୍ଥଦଣ୍ଡ ବ୍ୟବସ୍ଥା କରାଯାଇଛି ।