ଲେଖାଶ୍ରୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ : ସୁର

ଲେଖାଶ୍ରୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ : ସୁର

ଲେଖାଶ୍ରୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ : ସୁର
ଭୁବନେଶ୍ୱର : ଜଗତରନାଥ ଜଗନ୍ନାଥ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପାଇଁ ବିଶ୍ୱ ଦରବାରରେ ପରିଚିତ ହୋଇପାରିଲେ ବୋଲି ବିଜେପିର ନେତ୍ରୀ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ଯେଉଁ ମନ୍ତବ୍ୟ ଦେଇଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେବଳ ଓଡ଼ିଆ ଜାତି ନୁହେଁ ଏହା ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଅପମାନ ବୋଲି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ କହିଛନ୍ତି । ବିଜେପି ଦଳ ଜଗତର ନାଥ ଜଗନ୍ନାଥଙ୍କୁ କେଉଁ ଦୃଷ୍ଟିରେ ଦେଖେ ତାହା ଶ୍ରୀମତୀ ସାମନ୍ତସିଂହାରଙ୍କ ମନ୍ତବ୍ୟରୁ ଜଣାପଡ଼ୁଛି । ଶ୍ରୀମତୀ ସାମନ୍ତସିଂହାରଙ୍କ କହିବା ଅନୁଯାୟୀ ସମ୍ବିତ ପାତ୍ର ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନରେ ପ୍ରାର୍ଥୀ ହେବାରୁ ବିଶ୍ୱ ଜାଣିଲା ଯେ ଜଗନ୍ନାଥ ଓଡ଼ିଶାରେ ଅଛନ୍ତି । ବିଜେପି ଦଳ ଏଭଳି ଗର୍ବ ଏବଂ ଅହଂକାର ପରିତ୍ୟାଗ କରୁ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଗନ୍ନାଥଙ୍କୁ ସମସ୍ତେ ଭକ୍ତି କରିଥାଆନ୍ତି । ରଥଯାତ୍ରା ଆମେରିକା, ଇଂଲଣ୍ଡ, ଜାପାନ, ଫ୍ରାନ୍ସ ପ୍ରଭୃତି ସାରା ବିଶ୍ୱରେ ବହୁଦେଶରେ ପାଳିତ ହେଉଅଛି । ବିଶ୍ୱର ବହୁଦେଶରୁ ବିଦେଶୀ ଲୋକ ପୁରୀ ଆସି ଜଗନ୍ନାଥଙ୍କ ସମ୍ପର୍କରେ ଜାଣନ୍ତି । ଆମେରିକା ଓ ଇଂଲଣ୍ଡ ପ୍ରଭୁତି ଦେଶର ଲୋକ ଜାଣନ୍ତି ଜଗନ୍ନାଥ ମନ୍ଦିର ପୁରୀରେ । ପଶ୍ଚିମବଙ୍ଗର ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସିଥାନ୍ତି । ଭାରତର ଘରେ ଘରେ ଜାଣନ୍ତି ଜଗନ୍ନାଥ ମନ୍ଦିର କେଉଁଠି ମାତ୍ର ଏ କଥା ବିଜେପି ଦଳ ବା ତାଙ୍କର ନେତ୍ରୀ ନଜାଣିପାରିବା ଦୁର୍ଭାଗ୍ୟଜନକ । ଶ୍ରୀମତୀ ସାମନ୍ତସିଂହାର ସମ୍ବିତ ପାତ୍ରଙ୍କୁ ଖୁସି କରିବାକୁ ଯାଇ ଜଗନ୍ନାଥଙ୍କୁ ନୁ୍ୟନ କରିଦେଇଛନ୍ତି । ଜଣେ ଓଡ଼ିଆ କଦାପି ଏକଥା ସହ୍ୟ କରିପାରିବ ନାହିଁ । ସମ୍ବିତ ପାତ୍ର ପୁରୀରେ ଲୋକସଭାରେ ପ୍ରାର୍ଥୀ ହେବା ପୂର୍ବରୁ ଜଗନ୍ନାଥ ମନ୍ଦିର କଲିକତାରେ ଥିବା କଥା ଲୋକ ଭାବୁଥିଲେ ବୋଲି କହିବା ଏକ ହୀନମନ୍ୟତା ଏବଂ ଅବିବେକିତା ଓ ଅଂହଭାବ । ସମ୍ବିତ ପାତ୍ର ପ୍ରାର୍ଥୀ ହେବାପରେ ଜଗନ୍ନାଥ ମନ୍ଦିର ପୁରୀରେ ଅଛି ବୋଲି ଲୋକ ଜାଣିଲେ ବୋଲି କହି ଶ୍ରୀମତୀ ସାମନ୍ତସିଂହାର ନିଜର ଅଜ୍ଞତାକୁ ପଦାରେ ପକାଇଛନ୍ତି । ଜଣେ ଓଡ଼ିଆଣୀ ହିସାବରେ କିଭଳି ନିଜର ବିବେକ, ବୁଦ୍ଧିକୁ ତଳେ ପକାଇ ଜଗନ୍ନାଥଙ୍କୁ ସେ ଅସମ୍ମାନିତ କଲେ ତାହା ଆଶ୍ଚର୍ୟ୍ୟର କଥା । ଶ୍ରୀମତୀ ସାମନ୍ତସିଂହାର ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ନିକଟରେ ଘୃଣିତ ହୋଇଯାଇଛନ୍ତି । ବିଜେପି ଦଳ କିଭଳି ଭାବରେ ତାଙ୍କର ମନ୍ତବ୍ୟକୁ ଏପର୍ୟ୍ୟନ୍ତ ନିନ୍ଦାକଲା ନାହିଁ ଏହା ମଧ୍ୟ ଚିନ୍ତାର ବିଷୟ । ନିଜର ଅବିବେକି ମନ୍ତବ୍ୟ ପାଇଁ ଶ୍ରୀମତୀ ସାମନ୍ତସିଂହାର କ୍ଷମା ମାଗନ୍ତୁ ବୋଲି ଜଟଣୀ ବିଧାୟକ ଶ୍ରୀ ରାଉତରାୟ ଦାବି କରିଛନ୍ତି ।