ଶିକ୍ଷା ବ୍ୟବସ୍ଥାରେ ସମୟାନୁବର୍ତିତା,ଶୃଙ୍ଖଳାଜ୍ଞାନ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ

ଶିକ୍ଷା ବ୍ୟବସ୍ଥାରେ ସମୟାନୁବର୍ତିତା,ଶୃଙ୍ଖଳାଜ୍ଞାନ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ

ଶିକ୍ଷା ବ୍ୟବସ୍ଥାରେ ସମୟାନୁବର୍ତିତା,ଶୃଙ୍ଖଳାଜ୍ଞାନ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ
ବେଲପଡା (ମନୋଜ କୁମାର ମିଶ୍ର) - ବେଲପଡା ବ୍ଲକ ଖଇରମାଲ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ୭୧ତମ ସାଧାରଣ ତନ୍ତ୍ର ଦିବସ ଓ ବାର୍ଷିକ ଉତ୍ସବ ସ୍କୁଲ ପରିସର ରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲିପ ପାଢି ଙ୍କ ଅଧ୍ୟକ୍ଷତା ଓ ସହକାରୀ ଶିକ୍ଷକ ପ୍ରଣୟ କୁମାର ପ୍ରଧାନ ଙ୍କ ପରିଚାଳନା ରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାରେ ସରୋଜ ମେହେର ବିଧାୟକ ପାଟଣାଗଡ ,ମୁଖ୍ୟ ବକ୍ତା ରେ ଲାୟନ୍ସ ପବ୍ଲିକ ସ୍କୁଲ ର ପ୍ରିନ୍ସିପାଲ ଡକ୍ଟର ଗୋବର୍ଦ୍ଧର୍ନ ନାଏକ ଯୋଗଦେଇ ବର୍ତମାନ ର ତ୍ରୁଟିପୁର୍ଣ ଶିକ୍ଷା ପଦ୍ଧତ୍ତି ଉପରେ ବକ୍ତବ୍ୟ ଦେଇଥିଲେ । ଶିକ୍ଷାବ୍ୟବସ୍ଥାରେ ଶିକ୍ଷକ,ଅଭିଭାବକ,ବିଦ୍ୟାର୍ଥୀ ଙ୍କ ଭୁମିକା ଗୁରୁତ୍ୱ ପୁର୍ଣ ଓ ପରିପୂରକ ବୋଲି ମତ ପ୍ରକାଶ କରିଥିଲେ । ବିଦ୍ୟାର୍ଥୀ ମାନଙ୍କ ମନରେ ଶୃଙ୍ଖଳାବୋଧ,ସମୟାନୁବର୍ତିତା,ଅନ୍ୟପ୍ରତି ସମ୍ମାନ ଦେବା ଆବଶ୍ୟକ ପୁଣି ଶିକ୍ଷକ ମାନେ ମଧ୍ୟ ସ୍ନେହୀ ଓ ଉଦାର ହେବା ଆବଶ୍ୟକ ଓ ଛାତ୍ର ଓ ଶିକ୍ଷକ ମଧ୍ୟ ରେ ସୁସଂପର୍କ ହେଲେ ଶିକ୍ଷାର ଉନ୍ନତ୍ତି ବୋଲି ମତ ପ୍ରକାଶ କରିଥିଲେ । ବିଧାୟକ ମେହେର ମଧ୍ୟ ଶିକ୍ଷା ବ୍ୟବସ୍ଥା କୁ ସୁଧାର ପାଇଁ ଶିକ୍ଷକ ,ବିଦ୍ୟାର୍ଥୀ.ଅଭିଭାବକ ମାନଙ୍କ ଭୁମିକା ଗୁରୁତ୍ୱ ପୁର୍ଣ ବୋଲି ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟ ରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଚତୁର୍ଭଜ ମିର୍ଦ୍ଧା,ଜଗବନ୍ଧୁ ମାଝି,ପରିଚାଳନାକମିଟୀ ସଭାପତି ଶ୍ରୀବତ୍ସ ନାଗ ଓ ଶବର ସମାଜ ର ସଭାପତି ସୁରେନ୍ଦ୍ର ନାଗ ପ୍ରମୁଖ ମଂଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ ।ଶିକ୍ଷୟତ୍ରୀ ପ୍ରଚେତା ମିଶ୍ର ସ୍କଲୁ ବୀବରଣି ପାଠ କରିଥିଲେ ବେଳେ ବିଦ୍ୟାଳୟ ରେ ପୁର୍ବ ରୁ ହୋଇଥିବା ବିଭିନ୍ନ ପ୍ରତିଯୋଗୀତା ର କୃତୀ ମାନଙ୍କୁୁ ଅତିଥି ଗଣ ପୁରସ୍କୃତ କରିଥିଲେ ।ପରେ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।ଏହି ବାର୍ଷିକ ଉତ୍ସବ ରେ ଶିକ୍ଷକ ନରେନ୍ଦ୍ର ମଲ୍ଲିକ,ବାସୁଦେବ କିଶାନ, ଶିକ୍ଷୟତ୍ରୀ ଲାବନ୍ୟ ମୟୀ ନାଏକ , ଲିଲିମା ଧରୁଆ, ଅନଙ୍ଗ ଛତ୍ରିଆ ସହ ଯୋଗ କରିଥିଲାବେଳେ ଶେଷ ରେ ସହକାରୀ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।