ଶ୍ରୀକ୍ଷେତ୍ରରେ ଜାରି ହେଲା ଧାରା ୧୪୪, ଜାଣନ୍ତୁ କାହିଁକି
ଶ୍ରୀକ୍ଷେତ୍ରରେ ଜାରି ହେଲା ଧାରା ୧୪୪, ଜାଣନ୍ତୁ କାହିଁକି
admin
Nov 26, 2020 - 13:20
Updated: Nov 26, 2020 - 13:20
ଭୁବନେଶ୍ୱର : ଆଜି ରାତିରୁ ପୁରୀରେ ଧାରା ୧୪୪ ଲାଗୁ କରାଯିବ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପଡୁଥିବାରୁ ଭକ୍ତ ସମାଗମକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ରାତି ୨ଟାରୁ ଧାରା ୧୪୪ ଲାଗୁ କରାଯିବା ସହିତ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ନୀତିକାନ୍ତି ନ ସରିବା ଯାଏଁ ଏହା ବଳବତ୍ତର ରହିବ । ଧାରା ୧୪୪ ମରିଚକୋଟ ଛକ ନିକଟରୁ ସିଂହଦ୍ୱାର ପର୍ଯ୍ୟନ୍ତ ଏବଂ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଲାଗୁ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୁରକ୍ଷା ବ୍ୟବସ୍ଥା ପାଇଁ ୨୫ ପ୍ଲାଟୁନୁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହା ସହିତ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ନିମନ୍ତେ ଦୁଇ ଜଣ ଏଏସପି, ୭ ଜଣ ଡିଏସପି, ୧୯ ଜଣ ଏସଆଇ ଏବଂ ୭୭ ଜଣ ଏଏସଆଇ ନିଯୁକ୍ତ ରହିବେ ବୋଲି ଜଣାପଡିଛି । ହରଚଣ୍ଡି ସାହିରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯେଉଁ ନାଗବେଶ ନିଆଯିବ ତା’କୁ ପୋଲିସ କର୍ମୀ ସୁରକ୍ଷା ପ୍ରଦାନ କରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଶେଷ ତର ପାଇଁ ନାଗ ବେଶ ୧୯୯୪ରେ ଅନୁଷ୍ଠିତ ହୋଇଥିଲା ।