ସକି୍ରୟ ହେଲା ମୌସୁମୀ : ୨ ଦିନ ପର୍ଯ୍ୟନ୍ତ ବର୍ଷା
ସକି୍ରୟ ହେଲା ମୌସୁମୀ : ୨ ଦିନ ପର୍ଯ୍ୟନ୍ତ ବର୍ଷା
admin
Sep 22, 2020 - 06:58
Updated: Sep 22, 2020 - 06:58
ଭୁବନେଶ୍ୱର: ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ଆଉ ଓଡ଼ିଶା ଉପରେ ବେଶୀ ଦେଖାଦେବ ନାହିଁ । ଫଳରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିଯିବ । ଲଘୁଚାପଟି ଛତିଶଗଡ଼ ଆଡ଼କୁ ମୁହାଁଇଥିବାରୁ କେବଳ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର କେତୋଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ତେବେ ଦୀର୍ଘ ଦିନ ଧରି ରାଜ୍ୟରେ ଦୁର୍ବଳ ରହିଥିବା ମୌସୁମୀକୁ ଏହି ଲଘୁଚାପ ସକି୍ରୟ କରି ଦେଇଥିବାରୁ ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ସକି୍ରୟ ହୋଇଛନ୍ତି । ମୌସୁମୀ ଟ୍ରଫ ଲାଇନ ଏବେ ଅଜମୈର, ଜବଲପୁର, ଚମ୍ପା ଦେଇ ପୂର୍ବ-ଦକ୍ଷିଣ ପୂର୍ବ ଆଡ଼କୁ ଗତି କରି ଲଘୁଚାପରେ କେନ୍ଦ୍ର ମଧ୍ୟ ଦେଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଉପକୂଳ ଓଡ଼ିଶା ଉପରେ ରହିଛି । ଏହା ସମୁଦ୍ର ପତ୍ତନଠାରୁ ୦.୯ କିମି ପର୍ଯ୍ୟନ୍ତ ବ୍ୟାପିଛି । ଏହା ପ୍ରଭାବରେ ରାଜ୍ୟରେ ଏବେ ୨ ରୁ ୩ ଦିନ ପର୍ଯ୍ୟନ୍ତ ଅଳ୍ପ ବହୁତ ବର୍ଷା ଲାଗି ରହିବ । ଅପରପକ୍ଷେ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି ।