ସଟଡାଉନ ବୃଦ୍ଧି ଗୁଜବ ଶୁଣନ୍ତୁ ନାହିଁ ।

ସଟଡାଉନ ବୃଦ୍ଧି ଗୁଜବ ଶୁଣନ୍ତୁ ନାହିଁ ।

ସଟଡାଉନ ବୃଦ୍ଧି ଗୁଜବ ଶୁଣନ୍ତୁ ନାହିଁ ।
ଭୁବନେଶ୍ୱର: ଶନିବାର ଓ ରବିବାର ବ୍ୟତୀତ ଅନ୍ୟ କୌଣସି ଦିନ ସଟଡାଉନ ହେବ ନାହିଁ । ସଟଡାଉନ ବୃଦ୍ଧି କରିବା ନେଇ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ସପ୍ତାହକୁ ୫ ଦିନ ସଟଡାଉନ କରିବା ନେଇ ସରକାର ଚିନ୍ତା କରୁଥିବା ନେଇ ଗତକାଲିଠୁ ଚର୍ଚ୍ଚା ହେଉଥିଲା । ମଙ୍ଗଳବାର ଖୋଦ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଟୁଇଟ କରି ଏପରି ଖବରକୁ ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ୍ଣ ଗୁଜବ ବୋଲି ଜଣାଇଛନ୍ତି । ଏହି ଖବର ଉପରେ ଲୋକମାନେ କୌଣସି ପ୍ରକାର ବିଶ୍ୱାସ ନ କରିବାକୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି ।