ସମାଲୋଚନା କଲେ ସୁଶାନ୍ତ

ସମାଲୋଚନା କଲେ ସୁଶାନ୍ତ

ସମାଲୋଚନା କଲେ ସୁଶାନ୍ତ
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ସରୁ ସରୁ ଓଡ଼ିଶା ପକ୍ଷରୁ ଉଠିଛି କେନ୍ଦ୍ରୀୟ ଅବହେଳା ଅଭିଯୋଗ । ଏବେ ଏହି ଅଭିଯୋଗ ଉଠାଇଛନ୍ତି ଗ୍ରାମଉନ୍ନୟନ ଓ ଶ୍ରମ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂହ । ତେବେ ଓଡ଼ିଶାକୁ ଅନୁଦାନ ପାଇଁ ଶ୍ରୀ ସିଂହ ଏହି ଏଭିଯୋଗ ଉଠାଇ ନାହାନ୍ତି । ଗୁରୁବାର ଗଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳକୁ ନେଇ ସେ ଏହି ଅଭିଯୋଗ ଉଠାଇଛନ୍ତି । ପଶ୍ଚିମ ଓଡ଼ିଶା ପ୍ରତି କେନ୍ଦ୍ର ଅବହେଳା କରିଥିବା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି । ସେ କହିଛନ୍ତି ଯେ, ଚଳିତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ୬ ଜଣ ସାଂସଦ ବିଜୟ ହୋଇ ସଂସଦ ଯାଇଛି । ତେବେ କାହାକୁ ବି ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇନାହିଁ । ମୋଦି ପଶ୍ଚିମ ଓଡ଼ିଶାବାସୀଙ୍କୁ ନିରାଶ କରିଛନ୍ତି ।ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରୁ ୬ ଜଣଙ୍କୁ ମନ୍ତ୍ରୀ କରିଥିବା ଶ୍ରୀ ସିଂହ କହିଛନ୍ତି । ଅନ୍ୟପକ୍ଷରେ ସୁଶାନ୍ତ ସିଂହଙ୍କ ମନ୍ତବ୍ୟକୁ ନେଇ ଓଡ଼ିଶାର ବିଜେପି ପ୍ରଭାରୀ ଅରୁଣ ସିଂହ କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀ କରାଯାଇଛି, ସେ ପଶ୍ଚିମ ଓଡ଼ିଶାର ନୁହନ୍ତି କି । ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରୀ କରାଯାଇଛି । ସମସ୍ତେ ଶୁଭେଚ୍ଛା ଦେଉଛନ୍ତି । ପ୍ରକାଶ ଯେ, ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ କେବଳ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ସାମିଲ କରାଯାଇଛି ।