ସାବଧାନ ! ଏହି ସ୍ଥାନରେ କୁକୁର କରୁଛି ଚୋରୀ ।

ସାବଧାନ ! ଏହି ସ୍ଥାନରେ କୁକୁର କରୁଛି ଚୋରୀ ।

ସାବଧାନ ! ଏହି ସ୍ଥାନରେ କୁକୁର କରୁଛି ଚୋରୀ ।
କୁକୁରକୁ ମଣିଷର ପ୍ରିୟ ସାଥୀ କୁହାଯାଏ । ପ୍ରାୟ ପନ୍ଦର ହଜାର ବର୍ଷ ତଳେ ଗୃହପାଳିତ ଜୀବଙ୍କ ମଧ୍ୟରେ କୁକୁର ହିଁ ସର୍ବପ୍ରଥମେ ମଣିଷର ଅନ୍ତରଙ୍ଗ ହୋଇଥିଲା । ମଣିଷ, କୁକୁରକୁ ବିଭିନ୍ନ କାମରେ ଲଗାଉଥିଲେ ହେଁ ତାହାର ମୁଖ୍ୟ କାର୍ଯ୍ୟ ହେଉଛି ଚୋର ଜଗିବା । ଘରେ କୁକୁର ଥିଲେ, ଚୋର ସହଜରେ ପଶିପାରନ୍ତି ନାହିଁ । ତେବେ କୁକୁର ବି ମୁନିବର ଜିନିଷ ପତ୍ର ଚୋରି କରୁଥିବା ଜାଣନ୍ତି କି । ହଁ କୁକୁର ନିଜ ମାଲିକର ସମ୍ପଦ ଚୋରି କରୁଥିବା ଏକ ଅଧ୍ୟୟନରୁ ପ୍ରମାଣିତ । ପୋଷା କୁକୁରଙ୍କ ଚୋରି ଯୋଗୁଁ ସମଗ୍ର ବିଶ୍ୱର କୁକୁର ମାଲିକମାନେ ବାର୍ଷିକ ଅନ୍ୟୁନ ୨୩୧ କୋଟି ଟଙ୍କାର କ୍ଷତି ସହୁଥିବା ପ୍ରକାଶ । ପ୍ରାୟ ସମସ୍ତ କୁକୁର ମାଲିକ ମାଲିକାଣୀଙ୍କର ଅନ୍ତର୍ବାସ ଚୋରି କରିଥାଆନ୍ତି । ଅନ୍ତର୍ବାସ ଭଳି ସୂକ୍ଷ୍ମ ଜିନିଷ ସେମାନଙ୍କ ମୁହଁରେ ପଡ଼ିଲା ମାତ୍ରକେ ନଷ୍ଟ ହେଇଥାଏ । ସେଲିବ୍ରେଟିମାନେ ଦୁର୍ମୂଲ୍ୟ ଅନ୍ତର୍ବାସ ବ୍ୟବହାର କରୁଥିବାରୁ ବିଶେଷ କ୍ଷତି ସହିଥାଆନ୍ତି । ତାହା ଛଡ଼ା କାଗଜ ଟଙ୍କା, ମୂଲ୍ୟବାନ ଅଳଙ୍କାର, ଚପଲ ଜୋତାମୋଜା, ଖେଳଣା ମୋବାଇଲ ଫୋନ ଏବଂ ରିମୋର୍ଟ ଚୋରି କରିବାକୁ କୁକୁରମାନେ ଭଲ ପାଉଥିବା ଏହି ଅଧ୍ୟୟନ ସୂତ୍ରରୁ ପ୍ରକାଶ ।