ବାମ ହାତରେ କାହିଁକି ପିନ୍ଧାଯାଏ ନିର୍ବଦ୍ଧ ମୁଦି, ଜାଣନ୍ତୁ ଏହା ପଛର କାରଣ

ବାମ ହାତରେ କାହିଁକି ପିନ୍ଧାଯାଏ ନିର୍ବଦ୍ଧ ମୁଦି, ଜାଣନ୍ତୁ ଏହା ପଛର କାରଣ

ବାମ ହାତରେ କାହିଁକି ପିନ୍ଧାଯାଏ ନିର୍ବଦ୍ଧ ମୁଦି, ଜାଣନ୍ତୁ ଏହା ପଛର କାରଣ
ଆମ ଦେଶରେ ପ୍ରତି ପ୍ରଥା ଏବଂ ପରମ୍ପରା ପଛରେ କିଛି ନା କିଛି ବୈଜ୍ଞାନିକ କାରଣ ରହିଥିଏ। ଏଭଳି ଏକ ପ୍ରଥା ହେଉଛି ବିବାହ ପୂର୍ବରୁ ନିର୍ବଦ୍ଧ କରାଯାଇଥାଏ। ଏଥିରେ ପୁଅ ଏବଂ ଝିଅ ପରସ୍ପରକୁ ବାମ ହାତର ୪ର୍ଥ ଅଙ୍ଗୁଳିରେ ମୁଦି ପିନ୍ଧାଇଥାଏ। ବହୁ ବର୍ଷ ଧରି ଏହି ପରମ୍ପରା ଚାଲି ଆସୁଛି। ତେବେ ଏଭଳି କାହିଁକି କରାଯାଏ? ଏହା ପଛରେ କ’ଣ ରହସ୍ୟ ରହିଛି? ତେବେ ଆସନ୍ତୁ ଜାଣିବା ଏ ବିଷୟରେ ହିନ୍ଦୁଧର୍ମରେ ବିଶ୍ବାସ:ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଅଙ୍ଗୁଳି ମଣିଷର ଭାଗ୍ୟକୁ ନେଇ ନିଜର ମହତ୍ବ ରହିଥାଏ। ଅନାମିକା ଅଙ୍ଗୁଳିରେ ନିର୍ବଦ୍ଧ ମୁଦି ପିନ୍ଧିବା ପଛର ସବୁଠାରୁ ବଡ କାରଣ ହେଉଛି ଜୀବରେ ପ୍ରସିଦ୍ଧି, ଉତେଜନା ଓ ସମ୍ପର୍କକୁ ମନେକରାଯାଏ। ଏହା ଦାମ୍ପତ୍ୟ ଜୀବନ ସହିତ ଜଡିତ। ଅନାମିକା ଅଙ୍ଗୁଳି ସୂର୍ୟ୍ୟ ସହିତ ସମ୍ପର୍କ ରହିଛି। ସୂର୍ୟ୍ୟକୁ ରାଜା ଭାବରେ ଜଣାଯାଇଥାଏ। ସୂର୍ୟ୍ୟ ସଫଳତା ଓ ଶକ୍ତିର ଗ୍ରହ। ଯଦି ଆପଣ ଏକ ଅଦ୍ଭୁତ ଏବଂ ଆଲୌକିକ ଶକ୍ତିକୁ ଅନୁଭବ କରିବାକୁ ଚାହାଁନ୍ତି ତେବେ ଅନାମିକା ଅଙ୍ଗୁଳିରେ ମୁଦି ପିନ୍ଧିବା ଉଚିତ୍। ଏହ ଆପଣଙ୍କୁ ସବୁ ପ୍ରକାର ଶକ୍ତି ପ୍ରଦାନ କରିଥାଏ। ଆମେରିକା ଲୋକଙ୍କ ମତରେ: ଆମେରିକାରରେ ବିବାହ ପରେ ଝିଅମାନେ ବାମ ହାତରେ ଅନାମିକା ଅଙ୍ଗୁଳିରେ ମୁଦି ପିନ୍ଧିଥାନ୍ତି। ଏହାର କାରଣ ହେଉଛି ଅନ୍ୟ ଅଙ୍ଗୁଳି ଗୁଠିକ ଅପେକ୍ଷା ଏହି ଅଙ୍ଗୁଳିରେ ମୁଦି ପିନ୍ଧିବା ଅଧିକ ସୁରକ୍ଷିତ। ଚୀନର ସଂସ୍କୃତି ଅନୁସାରେ: ଚୀନର ସଂସ୍କୃତିରେ କୁହାଯାଇଥାଏ ଯେ ହାତର ପ୍ରତି ଅଙ୍ଗୁଳି ସହିତ ଜୀବନ ବିଶେଷ ସମ୍ପର୍କ ରହିଛି। ଛୋଟ ଅଙ୍ଗୁଳି ସନ୍ତାନ ସମ୍ପର୍କରେ କହିଥାଏ ମଧ୍ୟମା ନିଜ ବିଶଷୟରେ,ତର୍ଜନୀ ଅଙ୍ଗୁଳି ଭାଇ-ଭଉଣୀ ସମ୍ପର୍କରେ କହିଥାଏ। ଅନାମିକା ଅଙ୍ଗୁଳି ଜୀବନ ସାଥୀ ସହ ସମ୍ପର୍କକୁ ନିୟନ୍ତ୍ରଣ କରିଥାଏ ଓ ଏହି ଆଙ୍ଗୁଳିରେ ମୁଦି ପିନ୍ଧିବା ଫଳରେ ସମ୍ପର୍କ ସବୁବେଳେ ଦୃଢ ରହିଥାଏ।