ସିକିମ ସୀମାରେ ଭାରତ-ଚୀନ ସଂଘର୍ଷ
ସିକିମ ସୀମାରେ ଭାରତ-ଚୀନ ସଂଘର୍ଷ
admin
Jan 25, 2021 - 06:05
Updated: Jan 25, 2021 - 06:05
ନୂଆଦିଲ୍ଲୀ: ସିକିମ ସୀମାରେ ଭାରତ-ଚୀନ ମଧ୍ୟରେ ହାତାହାତି ହୋଇଥିବା ସୂଚନା ମିଳିଛି । ଉତର ସିକିମର ଲା’ରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଛନ୍ତି । ଭାରତର ସୀମା ଭିତରକୁ ପଶିଲାବେଳେ ବାଧାଦେଇଥିଲେ ଭାରତୀୟ ସେନା । ଏହା ଫଳରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ଘଟିଥିଲା । ସଂଘେଁରେ ଚୀନ ପାଖାପାଖି ୨୦ ସୈନିକ ଆହତ ହୋଇଥିବା ବେଳେ ଭାରତ ୪ ଜଣ ସୈନ୍ୟ ଆହତ ହୋଇଛନ୍ତି । କାର୍ଯ୍ୟାନୁଷ୍ଠାନ ପରେ ଚୀନ ସେନା ପଛକୁ ଘୁଂଚିଲା ।
ଅନ୍ୟପକ୍ଷରେ ଭାରତ-ଚୀନ ମଧ୍ୟରେ ନବମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ବୈଠକ ଶେଷ ହୋଇଛି । ଦୁଇ ପକ୍ଷଙ୍କ ମଧ୍ୟରେ ୧୫ ଘଂଟାର ମାରାଥନ ବୈଠକ ବସିଥିଲା । କାଲି ଦିନ ୧୧ଟାରୁ ଆରମ୍ଭ ହୋଇ ରାତି ୨ଟା ୩୦ରେ ଶେଷ ହୋଇଛି । ପୂର୍ବ ଲଦାଖର ମୋଲଡୋରେ ଅନୁଷ୍ଠିତ ବୈଠକ ସରିଲା । ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ନେଇ ଦୁଇ ରାଷ୍ଟ୍ର ମଧ୍ୟରେ ଆଲୋଚନା ହୋଇଛି । ଏହି ବୈଠକରେ ଭାରତ-ଚୀନ ସୀମାକୁ ନେଇ ଅନେକ ବିଷୟ ଉପରେ ଆଲୋଚନା ହୋଇଥିଲା ।