ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଅତ୍ୟନ୍ତ ଦାୟିତ୍ବସଂପନ୍ନ ଭାବେ ଖବର ପ୍ରସାରଣ କରିବେ ଗଣମାଧ୍ୟମ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଅତ୍ୟନ୍ତ ଦାୟିତ୍ବସଂପନ୍ନ ଭାବେ ଖବର ପ୍ରସାରଣ କରିବେ ଗଣମାଧ୍ୟମ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଅତ୍ୟନ୍ତ ଦାୟିତ୍ବସଂପନ୍ନ ଭାବେ  ଖବର ପ୍ରସାରଣ କରିବେ ଗଣମାଧ୍ୟମ
କରୋନା ଭାଇରସ୍‌ ସଂପର୍କରେ ଅତ୍ୟନ୍ତ ଦାୟିତ୍ବସଂପନ୍ନ ଭାବେ ଖବର ପ୍ରସାରଣ କରିବା ଲାଗିି ଗଣମାଧ୍ୟମକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କରୋନା ନେଇ ଯେଉଁ ତଥ୍ୟ ଓ ସୂଚନା ଗଣମାଧ୍ୟମରେ ପ୍ରକାଶ ପାଉଛି କିମ୍ବା ପ୍ରସାରଣ ହେଉଛି ସେ ସଂକ୍ରାନ୍ତରେ ପ୍ରଥମେ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ଅଧିକାରୀଙ୍କୁ ସ୍ପଷ୍ଟ କରାଯାଉ ବୋଲି ଗତକାଲି କେନ୍ଦ୍ର ସରକାର କୋର୍ଟରେ ମତ ରଖିଥିଲେ । ବିଭିନ୍ନ ଗଣମାଧ୍ୟମ ସଂସ୍ଥା କରୋନା ସଂକ୍ରାନ୍ତ ତଥ୍ୟ ଦେବାପାଇଁ କେନ୍ଦ୍ର ସରକାରଙ୍କର ଯେଉଁ ଅଧିକାରୀ ନିୟୋଜିତ ହୋଇଛନ୍ତି ସେମାନଙ୍କୁ ନ ଜଣାଇ ଗଣମାଧ୍ୟମରେ କୌଣସି ଖବରର ପ୍ରଚାର ଓ ପ୍ରସାର କରାଇବା ଉଚିତ୍‌ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଥିଲା। ଏନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଗଣମାଧ୍ୟମ ପ୍ରମାଣ ନଥିବା ଖବର ପ୍ରସାରଣ କରି ଆତଙ୍କ ସୃଷ୍ଟି କରିବା ଉଚିତ ନୁହେଁ।