ସୁରେନ୍ଦ୍ର କୁମାରଙ୍କୁ ଜଳସମ୍ପଦ ଦାୟିତ୍ୱ

ସୁରେନ୍ଦ୍ର କୁମାରଙ୍କୁ ଜଳସମ୍ପଦ ଦାୟିତ୍ୱ

ସୁରେନ୍ଦ୍ର କୁମାରଙ୍କୁ ଜଳସମ୍ପଦ ଦାୟିତ୍ୱ
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍ ଅଫିସର ସୁରେନ୍ଦ୍ର କୁମାରଙ୍କୁ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀ କୁମାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ତାଙ୍କ ସ୍ଥାନରେ ଅବକାରୀ ବିଭାଗର ସଚିବ ସୁଶୀଲ କୁମାର ଲୋହାନିଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ଗତ ସପ୍ତାହରେ ଭାରତର ନିର୍ବାଚନ କମିସନ ତାଙ୍କ ନାମ ଉପରେ ମୋହର ଲଗାଯାଇଥିଲା । ଏ ସଂକ୍ରାନ୍ତ ସରକାର ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି । ଏଥି ସହିତ ପ୍ରଥମ ଥର ପାଇଁ ୨୦୧୭ ବ୍ୟାଚ୍ର ଆଇଏଏସ୍ ଅଫିସରଙ୍କୁ ରାଜ୍ୟ ସରକାରୀ ଉଦ୍ୟୋଗ ଓ କମ୍ପାନୀରେ ନିଯୁକ୍ତି ଦିଆଯାଇଛି । ଏହି କ୍ରମରେ କେନ୍ଦ୍ରୀୟ ପ୍ରଶିକ୍ଷଣ ସାରି ଫେରିଥିବା ସୋମେଶ କୁମାର ଉପାଧ୍ୟାୟଙ୍କୁ ଓମ୍ଫେଡ ମୁଖ୍ୟ ମହାପ୍ରବନ୍ଧକ ଭାବେ ଅବସ୍ଥାପିତ କରାଯାଇଛି । ରାଜ୍ୟ ଖଣି ନିଗମର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ଭାବେ ପି.ଅନେଭଶ ରେଡ୍ଡୀ ନିଯୁକ୍ତି ପାଇଛନ୍ତି । ସେହିଭଳି ପାଟିଲଆଶିଷ ଈଶ୍ୱରଙ୍କୁ ଗ୍ରିଡ଼କୋ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ , ଦିବାକର ଟି.ଏସ୍ଙ୍କୁ ଓକାକ ଓଏସ୍ଡି ଓ ହେମକାନ୍ତ ସେ ଙ୍କୁ ଓଡ଼ିଆ ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳନା ନିଦେ୍ର୍ଧଶକ (ଇନଚାର୍ଜ) ଭାବେ ସରକାର ଅବସ୍ଥାପିତ କରିଛନ୍ତି ।