୨ ଯବାନ ସହିଦ

୨ ଯବାନ ସହିଦ

୨ ଯବାନ ସହିଦ
ଝାଡ଼ଖଣ୍ଡ: ପୁଣି ଏନକାଉଣ୍ଟର । ଆଉ ଏହି ଏନକାଉଣ୍ଟରରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ମାଓବାଦୀଙ୍କ ସହ ଏନକାଉଣ୍ଟର ବେଳେ ଝାଡ଼ଖଣ୍ଡର ୨ ଜାଗୁଆର ଯବାନ ସହିଦ ହୋଇଛନ୍ତି । ଝାଡ଼ଖଣ୍ଡର ଡସାମ ଜଳପ୍ରପାତ ନିକଟରେ କିଛି ମାଓବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ପରେ ଯବାନମାନେ ସେଠାରେ ପହଞ୍ଚିବାରୁ ମାଓବାଦୀମାନେ ଗୁଳି ଚଳାଇଥିଲେ । ଫଳରେ କିଛି ସମୟରେ ଧରି ମାଓବାଦୀ ଓ ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆଉ ମାଓବାଦୀଙ୍କ ଗୁଳିରେ ୨ ଯବାନ ସହିଦ ହୋଇଛନ୍ତି । ଘଟଣା ପରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।