ଅଶ୍ଳୀଳ ଫଟୋ ଭାଇରାଲ, ଯୁବକ ଗିରଫ

ଅଶ୍ଳୀଳ ଫଟୋ ଭାଇରାଲ, ଯୁବକ ଗିରଫ

ଅଶ୍ଳୀଳ ଫଟୋ ଭାଇରାଲ, ଯୁବକ ଗିରଫ
ରାଉରକେଲା: ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଜଣେ ଯୁବକକୁ ପୁଲିସ ଗିରଫ କରିଛି । ଗିରଫ ଯୁବକ ଜଣକ ବିହାରର ମୁଙ୍ଗେର ଅଞ୍ଚଳର ଅମନଜିତ ଶର୍ମା ବୋଲି ଜଣାଯାଇଛି । ରାଉରକେଲା ସାଇବର ଥାନା ପୁଲିସ ଯୁବକ ଜଣକୁ ବିହାରରୁ ଗିରଫ କରିଛି । ଅମନଜିତ ରାଉରକେଲାର ଜଣେ ଯୁବତୀଙ୍କ ସହ ଫେସବୁକରେ ସମ୍ପର୍କ ଯୋଡ଼ିଥିଲା । କୌଶଳକ୍ରମେ ସେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସଂଗ୍ରହ କରିଥିଲା । ତେବେ ପରେ ଯୁବତୀଙ୍କ ବିବାହ ହୋଇଯାଇଥିବା ଜାଣି ଅମନଜିତ ଉକ୍ତ ଅଶ୍ଳୀଳ ଫଟୋକୁ ଭାଇରାଲ କରିଥିଲା । ଫେସବୁକରେ ଏକ ଫେକ ଆଇଡି ଖୋଲି ଅମନଜିତ ଯୁବତୀଙ୍କ ଉକ୍ତ ଅଶ୍ଳୀଳ ଫଟୋକୁ ଭାଇରାଲ କରିଥିଲା ।