ସୁଶାନ୍ତ ସିଂ ରାଜପୁତ ମାମଲା : ସଞ୍ଜୟ ରାଉତଙ୍କ କ୍ଷମା ପ୍ରାର୍ଥନା ଦାବି କଲେ ସମ୍ପର୍କୀୟ
ସୁଶାନ୍ତ ସିଂ ରାଜପୁତ ମାମଲା : ସଞ୍ଜୟ ରାଉତଙ୍କ କ୍ଷମା ପ୍ରାର୍ଥନା ଦାବି କଲେ ସମ୍ପର୍କୀୟ
admin
Aug 12, 2020 - 08:17
Updated: Aug 12, 2020 - 08:17
ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ସୁଶାନ୍ତଙ୍କ ସମ୍ପର୍କୀୟ ନୀରଜ କୁମାର ବବଲୁ । ସୁଶାନ୍ତଙ୍କ ପରିବାରକୁ ନେଇ ରାଉତ ଯେଉଁଭଳି ଅପଶବ୍ଦ ପ୍ରୟୋଗ କରିଛନ୍ତି ତାଙ୍କୁ କ୍ଷମା ମାଗିବା ଉଚିତ୍ । ଯଦି ୪୮ ଘଣ୍ଟା ମଧ୍ୟରେ ରାଉତ କ୍ଷମା ପ୍ରାର୍ଥନା ନ କରନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୁଶାନ୍ତ ଏବଂ ତାଙ୍କ ପିତାଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ରହିଥିଲା ବୋଲି ଶିବସେନା ସାଂସଦ ମତ ଦେଇଥିଲେ । ଏହା ସହିତ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କୁ ବିଜେପିର ମୁଖପାତ୍ର ବୋଲି ମଧ୍ୟ ରାଉତ କହିଥିଲେ । ରାଉତଙ୍କ ଏପରି ଶବ୍ଦର ଉପଯୋଗ ସମ୍ପୂର୍ଣ୍ଣ ଭୁଲ୍ ଏବଂ ସେ କ୍ଷମା ପ୍ରାର୍ଥନା କରିବା ଉଚିତ୍ ବୋଲି ବିହାର ଡିଜିପି ମଧ୍ୟ ମତ ରଖିଛନ୍ତି । ସେହିପରି ମଙ୍ଗଳବାର ବିହାର, ମହାରାଷ୍ଟ୍ର ଏବଂ କେନ୍ଦ୍ର ସରକାରଙ୍କୁ ମାମଲାର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦାଖଲ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।