ସ୍ଥାୟୀ ସଦସ୍ୟତା ହରାଇଲା ହକି ଓଡ଼ିଶା
ସ୍ଥାୟୀ ସଦସ୍ୟତା ହରାଇଲା ହକି ଓଡ଼ିଶା
admin
Feb 3, 2021 - 09:34
Updated: Feb 3, 2021 - 09:34
କଟକ: ଓଡ଼ିଶା ପ୍ରତି ହକି ଇଣ୍ଡିଆର ଗୋଟିଏ ପରେ ଗୋଟିଏ ବୈମାତୃକ ମନୋଭାବ ଦେଖିବାକୁ ମିଳିଛି । ଗୋଟିଏ ରାଜ୍ୟ ଗୋଟିଏ ଆସୋସିଏସନ ନିୟମ ଆଧାରରେ ହକି ଗାଙ୍ଗପୁର ଓଡ଼ିଶା ହକି ଇଣ୍ଡିଆର ସଦସ୍ୟତାରୁ ବାଦ ପଡ଼ିଥିବାବେଳେ ଏବେ ହକି ଓଡ଼ିଶା ହକି ଇଣ୍ଡିଆ ଶିକାର ହୋଇଛି । ହକି ଇଣ୍ଡିଆର ସ୍ୱାସ୍ଥ୍ୟ ସଦସ୍ୟତା ପଦରୁ ହକି ଓଡ଼ିଶା ବାଦ ପଡ଼ିଛି । ଏହାକୁ ନେଇ ଓଡ଼ିଶା ହକି ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । ନିର୍ଦ୍ଧାରିତ ସମୟରେ ସ୍ୱତନ୍ତ୍ର ୱେବସାଇଟ ଖୋଲିବା ସହ ଖେଳାଳି ପଞ୍ଜିକରଣ ଓ ଅଡିଟ ରିପୋର୍ଟ ଦାଖଲ କରିବାରେ ବିଫଳ ହେବାରୁ ହକି ଇଣ୍ଡିଆ ସ୍ଥାୟୀ ସଦସ୍ୟତା ପଦରୁ ହକି ଓଡ଼ିଶାକୁ ବାଦ ଦେଇଛି ବୋଲି ଜଣାପଡ଼ିଛି । ହକି ଇଣ୍ଡିଆ ପକ୍ଷରୁ ଅଡିଟ ରିପୋର୍ଟ ସହ ସ୍ୱତନ୍ତ୍ର ୱେବସାଇଟ ଖୋଲିବା ନେଇ ନିଦେ୍ର୍ଧଶ ଦିଆଯାଇଥିଲା । କରୋନା ମହାମାରୀ ମଧ୍ୟରେ ଅଡିଟ ରିପୋର୍ଟ ଓ ୱେବସାଇଟ ଖୋଲିବାରେ ବିଳମ୍ବ ହୋଇଥିବାରୁ ହକି ଇଣ୍ଡିଆ ଗତ ଜାନୁଆରୀ ୧ ରୁ ସ୍ଥାୟୀ ସଦସ୍ୟତା ପଦରୁ ବାଦ ଦେଇ ଆସୋସିଏଟ (ସହଯୋଗୀ) ସଦସ୍ୟ ଭାବେ ରଖିଛି । ଏଥି ମଧ୍ୟରୁ ହକି ଓଡ଼ିଶା ଅଡିଟ ରିପୋର୍ଟ ଦାଖଲ କରି ସାରିଥିବା ବେଳେ ହକି ଇଣ୍ଡିଆ ମଧ୍ୟ ଏହାକୁ ଗ୍ରହଣ କରିଛି । ୱେବସାଇଟ ୮୦ ପ୍ରତିଶତ ଶେଷ ହୋଇଥିବା ବେଳେ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ । ଅରୁଣାଞ୍ଚଳ ପ୍ରଦେଶ, ହକି ହିମାଚଳ ପ୍ରଦେଶ, ହକି ଆସାମ ଭଳି ରାଜ୍ୟର ୱେବସାଇଟ ଓ ଅଡିଟ ରିପୋର୍ଟ ଦାଖଲ ହୋଇନଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ସଦସ୍ୟତା ପଦରୁ ବାଦ ଦିଆଯାଇ ନାହିଁ ।