ସ୍ୱାସ୍ଥ୍ୟମନ୍ତ୍ର

ସ୍ୱାସ୍ଥ୍ୟମନ୍ତ୍ର

ସ୍ୱାସ୍ଥ୍ୟମନ୍ତ୍ର
ବୟସ ବୃଦ୍ଧି ଏକ ପ୍ରାକୃତିକ ପ୍ରକି୍ରୟା ହୋଇଥିଲେ ହେଁ ଆଜିକାଲି କେତେକ ଖରାପ ଅଭ୍ୟାସ ଦ୍ୱାରା ଯୁବପିଢ଼ି ଅକାଳ ବାର୍ଦ୍ଧକ୍ୟରେ ପଡ଼ୁଛନ୍ତି । ଜୀବନଶୈଳୀରେ ପରିବର୍ତ୍ତନ ଓ ଖରାପ ଖାଦ୍ୟାଭ୍ୟାସ ଏହାର କାରଣ । ଅଧିକ ସୁରା ସେବନ ଅସମୟରେ ବୟସ ବୃଦ୍ଧିର ମୁଖ୍ୟ କାରଣ । ଏହା ଦ୍ୱାରା ଶରୀରର ଜଳଶୁଷ୍କତା ବଢେ଼ । ଚର୍ମକୁ ଉଜ୍ଜ୍ୱଳ କରାଉଥିବା କୋଲାଜେନର ପରିମାଣ ହ୍ରାସ ପାଏ ଏବଂ ଚର୍ମ କୁଞ୍ଚନ ଆରମ୍ଭ ହୁଏ । ଏଥିରୁ କ୍ଷାନ୍ତ ରହନ୍ତୁ । ଚିନି ଓ ଲୁଣ ଖାଇବା କମାନ୍ତୁ । ନଚେତ ଅକାଳରେ ବାର୍ଦ୍ଧକ୍ୟ ମାଡ଼ିବସିବ । କାରଣ ଏଗୁଡ଼ିକ ଓଜନ ଓ ଉଚ୍ଚ ରକ୍ତଚାପ ବଢ଼ାଏ । ବୃକକ ରୋଗ ମଧ୍ୟ ସୃଷ୍ଟି କରାଏ । ଦୀର୍ଘଦିନ ପର୍ଯ୍ୟନ୍ତ ସଂରକ୍ଷିତ ହୋଇ ରହିଥିବା ପ୍ୟାକେଟ୍ ଖାଦ୍ୟ ଫାଷ୍ଟ ଫୁଡ ବର୍ଜନ କରନ୍ତୁ । ଏଗୁଡ଼ିକ ଧମନିର ରକ୍ତ ପ୍ରବାହ କମାଇଥାଏ ଏବଂ ଚର୍ବି ଜମା କରାଏ । ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ଗହମ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ । ଶକ୍ତି ବୃଦ୍ଧିକାରୀ ପାନୀୟ ଓ କାଫେନ ମଧ୍ୟ ଏଥିପାଇଁ ଦାୟୀ । ଏ ବାବଦରେ ସତର୍କ ରୁହନ୍ତୁ ।