ହଜିଯାଉଛି ମାନବିକତା : ମଣିଷର ମୃତଦେହରୁ ବି ଚୋରି

ହଜିଯାଉଛି ମାନବିକତା : ମଣିଷର ମୃତଦେହରୁ ବି ଚୋରି

ହଜିଯାଉଛି ମାନବିକତା : ମଣିଷର ମୃତଦେହରୁ ବି ଚୋରି
କଟକ : ହଜିଯାଉଛି ମାନବିକତା । ଏସସିବି କୋଭିଡ ହସ୍ପିଟାଲରେ ମଣିଷର ମୃତଦେହରୁ ବି ଚୋରି ହେବା ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ, କୋଭିଡ ହସ୍ପିଟାଲରେ ଭଦ୍ରକର ଜଣେ ୪୦ ବର୍ଷୀୟ ବ୍ୟକ୍ତି ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଇସିୟୁରେ ତାଙ୍କର ମୃତୁ୍ୟ ଘଟିଥିଲା । ତାଙ୍କ ପକେଟରେ ଏକ ୫୦ ହଜାର ଟଙ୍କାର ଆଇଫୋନ ଥିଲା । କିନ୍ତୁ ଶବ ସଂସ୍କାର ପାଇଁ ଯିବା ବେଳକୁ ତାଙ୍କ ପକେଟରେ ମୋବାଇଲ ଫୋନ ନଥିବା ଜଣାପଡ଼ିଥିଲା । ଫଳରେ ମୃତକଙ୍କ ପରିବାରବର୍ଗ ଏ ସଂପର୍କରେ ଅଭିଯୋଗ କରିବା ସହ ଏହାକୁ ନେଇ ପାଟିତୁଣ୍ଡ କରିଥିଲେ । ମୃତକଙ୍କ ଶେଷ ସନ୍ତକକୁ ବି ଚୋରି କରି ନିଆଯାଇଥିବାରୁ ପରିବାରବର୍ଗ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ଅଭିଯୋଗ ପରେ ଏସସିବି କର୍ତ୍ତୃପକ୍ଷ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି । ତେବେ ଶବରୁ ବି କିଏ ଏଭଳି ଚୋରି କରିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତବର୍ଷ ଏସସିବି କୋଭିଡ ହସ୍ପିଟାଲରେ ମଧ୍ୟ ମୃତ ମହିଳାଙ୍କ ବେକରୁ ସୁନା ହାର ଚୋରି ହୋଇଥିବା ଅଭିଯୋଗ କରିଥିଲେ ପରିବାରବର୍ଗ