ହସ୍ପିଟାଲରୁ ବାହାରିଲେ ସଞ୍ଜୟ ଦତ୍ତ

ହସ୍ପିଟାଲରୁ ବାହାରିଲେ ସଞ୍ଜୟ ଦତ୍ତ

ହସ୍ପିଟାଲରୁ ବାହାରିଲେ ସଞ୍ଜୟ ଦତ୍ତ
ମୁମ୍ବାଇ : ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ ଲୀଲାବତୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଶ୍ୱାସକ୍ରିିୟାରେ ସମସ୍ୟା କାରଣରୁ ସଞ୍ଜୁ ବାବା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସୋମବାର ତାଙ୍କୁ ଡିସଚାର୍ଜ କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମୟରେ ତାଙ୍କର କରୋନା ପରୀକ୍ଷଣ କରାଯାଇଥିଲେ ମଧ୍ୟ ରିପୋର୍ଟ ନେଗେଟେିଭ୍ ଆସିଥିଲା । ହସ୍ପିଟାଲରୁ ବାହାରିବା ପରେ ଦତ୍ତ ସୋସିଆଲ ମିଡିଆ ଟ୍ୱିଟ୍ଟର ଏବଂ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଦତ୍ତ ଟ୍ୱିଟ୍ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଭଟ୍ଟ ନିଜର ଆଗାମୀ ଫିଲ୍ମ ସଡକ-୨ ଏବଂ ଭୁଜରେ ନଜର ଆସିବାକୁ ଯାଉଛନ୍ତି । ଏହା ବ୍ୟତିତ କେଜିଏଫ୍-୨ରେ ମଧ୍ୟ ଦତ୍ତ ନଜର ଆସିବାକୁ ଯାଉଛନ୍ତି ।