ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ସୌରଭ ଗାଙ୍ଗୁଲି

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ସୌରଭ ଗାଙ୍ଗୁଲି

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ସୌରଭ ଗାଙ୍ଗୁଲି
କୋଲକାତା: ଦୀର୍ଘ ପାଞ୍ଚ ଦିନ ଧରି ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଗୁରୁବାର ଉଡ୍‌ଲାଣ୍ଡ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। କୋଲକାତାର ଉଡ୍‌ଲାଣ୍ଡ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଗାଙ୍ଗୁଲି କହିଛନ୍ତି କି ‘ହସ୍ପିଟାଲ୍‌ରେ ମୋର ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ପୂରାପୂରି ଭଲ ଅଛି।’ ଉଲ୍ଲେଖଯୋଗ୍ୟ, ଗତ ୨ ତାରିଖ ସକାଳେ ଜିମରେ ବ୍ୟାୟାମ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଗାଙ୍ଗୁଲି। ଏହାପରେ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଆଞ୍ଜିଓପ୍ଲାଷ୍ଟି କରାଯିବା ପରେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କଥା ଡାକ୍ତର ସୂଚନା ଦେଇଥିଲେ। ତେବେ ତାଙ୍କର ଆର୍ଟେରି ବ୍ଳକେଜ ରହିଥିବା ହେତୁ ଏଭଳି ସମସ୍ୟା ଦେଖ‌ା ଦେଇଥିବା ଡାକ୍ତରମାନେ ସେ ସମୟରେ କହିଥିଲେ। ବିଶେଷକରି ଆଞ୍ଜିଓପ୍ଲାଷ୍ଟି ରିପୋର୍ଟରୁ ତାଙ୍କ ହୃତ୍‌ପିଣ୍ଡରେ ତିନିଟି ବ୍ଲକେଜ୍ ହୋଇଯାଇଥିବା ଜଣାପଡ଼ିଥିଲା। ସେ ସଂପୂର୍ଣ୍ଣ ବିପଦମୁକ୍ତ ବୋଲି ଡାକ୍ତରମାନେ କହିଥିଲେ। ତେବେ ଗାଙ୍ଗୁଲି ଏବେ ବିପଦ ମୁକ୍ତ ।