ଆଜିଠୁ ବିସିସିଆଇରେ ଚାଲିବ ଦାଦାଗିରି
ଆଜିଠୁ ବିସିସିଆଇରେ ଚାଲିବ ଦାଦାଗିରି
admin
Oct 23, 2019 - 05:15
Updated: Oct 23, 2019 - 05:15
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ଆଜି ବିସିସିଆଇର ୩୯ ତମ ଅଧ୍ୟକ୍ଷ ହେବେ । ଏହା ସହ ଦୀର୍ଘ ୩୩ ମାସ ଧରି ସୁପ୍ରିମ କୋର୍ଟ ତରଫରୁ ପ୍ରଶାସକ ମାନଙ୍କ ଦ୍ୱାରା ଗଠିତ ହୋଇଥିବା ସମିତିର କାର୍ଯ୍ୟକାଳ ମଧ୍ୟ ସମାପ୍ତ ହେବ । ପୂର୍ବରୁ ଗାଙ୍ଗୁଲିଙ୍କର ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ସର୍ବସମ୍ମତି କ୍ରମେ ହିଁ ହୋଇଥିଲା । ତାଙ୍କ ଛଡା ଅନ୍ୟ ପଦାଧିକାରୀ ମାନଙ୍କୁ ନିଯୁକ୍ତ କରାଯିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ବିସିସିଆଇ ସଚିବ ଦାୟିତ୍ୱ ସମ୍ଭାଳିବାକୁ ଥିବା ବେଳେ ଉତ୍ତରାଖଣ୍ଡର ମହିମ ବର୍ମା ଉପାଧ୍ୟକ୍ଷ, ବିସିସିଆଇର ପୂର୍ବ ଅଧ୍ୟକ୍ଷ ଅନୁରାଗ ଠାକୁରଙ୍କ ଛୋଟ ଭାଇ ଅରୁଣ ଧୁମଲ କୋଷାଧ୍ୟକ୍ଷର ଭାର ସମ୍ଭାଳିବାକୁ ଯାଉଛନ୍ତି ।ସୂଚନା ମୁତାବକ ସୌରଭ ଗାଙ୍ଗୁଲି ୧୦ ମାସ ପାଇଁ ହିଁ ଏହି ପଦରେ ନିଯୁକ୍ତ ହେବେ । ନୂଆ ନିୟମ ଅନୁଯାୟୀ କୌଣସିଟି ପଦାଧିକାରୀ ୬ ବର୍ଷ ପାଇଁ ହିଁ କ୍ରିକେଟ ବୋର୍ଡର କୌଣସି ପଦରେ ରହିପାରିବେ । ଗାଙ୍ଗୁଲି ଗତ ୫ ବର୍ଷ ୨ ମାସ ଧରି ବେଙ୍ଗଲ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ପଦରେ ରହିଆସୁଛନ୍ତି । ତେଣୁ ବିସିସିଆଇରେ ତାଙ୍କ କାର୍ଯ୍ୟକାଳ ମାତ୍ର ୧୦ ମାସ ପାଇଁ ହିଁ ହେବ ବୋଲି ସ୍ଥିର କରାଯାଇଛି ।