ହାଥରସ ଗଣଦୁଷ୍କର୍ମ ମାମଲା: ଯୋଗୀଙ୍କ ସହ କ’ଣ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ହାଥରସ ଗଣଦୁଷ୍କର୍ମ ମାମଲା: ଯୋଗୀଙ୍କ ସହ କ’ଣ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ହାଥରସ ଗଣଦୁଷ୍କର୍ମ ମାମଲା: ଯୋଗୀଙ୍କ ସହ କ’ଣ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଛନ୍ତି । ସେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଯୋଗୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଟ୍ୱିଟ କରି କହିଛନ୍ତି ଯେ, ଏହିବିଷୟରେ ପ୍ରଧାନମନ୍ତ୍ରୀ ଅଧିକ କ୍ରୋଧ ପ୍ରକାଶ କରିବା ସହ ଦୋଷୀଙ୍କୁ ଦଣ୍ଡ ଦେବା ଓ ସଠିକ ତଦନ୍ତ ଲାଗି ଯେଉଁ ପରାମର୍ଶ ଦେଇଛନ୍ତି ସେ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଟିମ ଆଗାମୀ ୭ଦିନରେ ନିଜର ରିପୋର୍ଟ ପ୍ରଦାନ କରିବେ । ତେଣୁ ଏପରି କାଣ୍ଡ ଘଟାଇଥିବା ଦୋଷୀଙ୍କୁ କେହି ବଞ୍ଚାଇପାରିବେନି ବୋଲି ଯୋଗୀ କହିଛନ୍ତି । ସୂଚନାଯାୟୀ ହାଥରସର ଜଣେ ୧୯ବର୍ଷିୟ ଯୁବତୀଙ୍କୁ ଉକ୍ତ ଅଞ୍ଚଳର ୪ଯୁବକ ଗଣ ଦୁଷ୍କର୍ମ କରିଥିଲେ । ବଞ୍ଚôବା ଲାଗି ଦୀର୍ଘ ୧୫ଦିନ ଲଢେ଼ଇ କରି ମଙ୍ଗଳବାର ପୀଡିତା ସବୁଦିନ ଲାଗି ଆଖି ବୁଜିଥିଲେ । ପରିବାର ପକ୍ଷରୁ ଦୋଷୀଙ୍କୁ ଫାଶି ଦଣ୍ଡ ଦେବା ଲାଗି ଦାବି କରିଥିବା ବେଳେ ଯୋଗୀ ସରକାର ପିଡ଼ୀତାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ।