ୟୁପି ପଞ୍ଚାୟତ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ବିଜେପି ସରକାରକୁ ବଡ଼ ଧକ୍କା

ୟୁପି ପଞ୍ଚାୟତ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ବିଜେପି ସରକାରକୁ ବଡ଼ ଧକ୍କା

ୟୁପି ପଞ୍ଚାୟତ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ବିଜେପି ସରକାରକୁ ବଡ଼ ଧକ୍କା
ଲକ୍ଷ୍ନୌ: ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ବିଜେପି ସରକାରକୁ ବଡ଼ ଧକ୍କା ଦେଇଛି । ରାଜ୍ୟରେ ବିଜେପିର ଗଡ଼ କୁହାଯାଉଥିବା ଅଯୋଧ୍ୟା, ବାରଣାସୀ, ମଥୁରାରେ ଦଳ ପରାଜୟ ବରଣ କରିଛି । ବାରଣାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନମଣ୍ଡଳୀ ହୋଇଥିବା ବେଳେ ଏଠାରେ ବିଜେପି ୪୦ଟି ଜିଲ୍ଲା ପରିଷଦ ଆସନରୁ ମାତ୍ର ୭ଟିରେ ବିଜୟୀ ହୋଇଛି । ବାରାଣସୀରେ ସମାଜବାଦୀ ପାର୍ଟି ୧୫ଟି ଜିଲ୍ଲା ପରିଷଦ ଆସନ ପାଇଥିବା ବେଳେ ବିଏସପି ୫ଟି ଓ ଆପନା ଦଳ ୩ଟି ଆସନ ପାଇଛି । ମଥୁରାରେ ବିଜେପି ୮ଟି ଜିଲ୍ଲା ପରିଷଦ ଆସନ ପାଇଛି । ଏହା ସହିତ ସ୍ୱାଧୀନ ପ୍ରାର୍ଥୀ ୩ଟି ଓ ଏସପି ୧ ଟି ଆସନ ପାଇଛି । ଅଯୋଧ୍ୟାର ୪୦ଟି ଆସନରୁ ସମାଜବାଦୀ ପାର୍ଟି ୨୪ଟି ଆସନରେ ବିଜୟୀ ହୋଇଛି । ବିଜେପି ଏଠାରେ ମାତ୍ର ୬ଟି ଆସନ ପାଇଛି । ରାଜ୍ୟର ୩୦୫୦ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେପି ୯୮୧ଟିରେ ବିଜୟୀ ହୋଇଥିବା ବେଳେ ୫୦୦ ରୁ ଅଧିକ ଆସନରେ ଆଗୁଆ ରହିଛି । ଗତ ଏପି୍ରଲରେ ଉତ୍ତରପ୍ରଦେଶର ୭୫ଟି ଜିଲ୍ଲାରେ ୮.୬୯ ଲକ୍ଷ ବିଭିନ୍ନ ପଞ୍ଚାୟତ ପ୍ରତିନିଧି ପଦ ଲାଗି ୪ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ରବିବାର ଠାରୁ ଏହି ନିର୍ବାଚନର ମତ ଗଣତି ଆରମ୍ଭ ହୋଇଥିବା ବେଳେ ସମସ୍ତ ଆସନର ଫଳ ଘୋଷଣା ହୋଇନାହିଁ ।