୧୦ରୁ ୪ ବ୍ୟାଙ୍କ ଖୋଲା ରହିବ

୧୦ରୁ ୪ ବ୍ୟାଙ୍କ ଖୋଲା ରହିବ

୧୦ରୁ ୪ ବ୍ୟାଙ୍କ ଖୋଲା ରହିବ
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ସରକାରୀ ବ୍ୟାଙ୍କ କାର୍ଯ୍ୟ ଅବଧିରେ ପରିବର୍ତ୍ତନ କରାଯାଇଛି । ବ୍ୟାଙ୍କ କାର୍ଯ୍ୟ ଅବଧି ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ । ଗ୍ରାହକମାନଙ୍କ ସୁବିଧା ପାଇଁ ନୀତିଗତଭାବେ ଏହି ନିଷ୍ପତ୍ତି ଲାଗୁ ହେବ । ସବୁ ସରକାରୀ ବ୍ୟାଙ୍କର ସମାନ କାର୍ଯ୍ୟ ଅବଧି ନେଇ ଏସଏଲବିସିରେ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟୟ କହିଛନ୍ତି ଯେ, ସମାନ ସମୟ ଅବଧି ପାଳନ ପାଇଁ ଘରୋଇ ବ୍ୟାଙ୍କ ବି କୁହାଯାଇଛି । ସୂଚନା ଯୋଗ୍ୟ ଯେ, ବିଭିନ୍ନ ବ୍ୟାଙ୍କର ଭିନ୍ନ ଭିନ୍ନ କାର୍ଯ୍ୟ ଅବଧି ରହିଥିଲା ।