୧୫ ଯବାନଙ୍କ ସହିତ ସମୁଦ୍ରରେ ଡୁବିଲା ଆମେରିକୀୟ ଟ୍ୟାଙ୍କ

୧୫ ଯବାନଙ୍କ ସହିତ ସମୁଦ୍ରରେ ଡୁବିଲା ଆମେରିକୀୟ ଟ୍ୟାଙ୍କ

୧୫ ଯବାନଙ୍କ ସହିତ ସମୁଦ୍ରରେ ଡୁବିଲା ଆମେରିକୀୟ ଟ୍ୟାଙ୍କ
ନ୍ୟୁୟର୍କ : ଆମେରିକାର ଏକ ସାମୁଦ୍ରିକ ଟ୍ୟାଙ୍କ ସମୁଦ୍ର ମଧ୍ୟରେ ବୁଡି ଯାଇଛି । ଏହି ଟ୍ୟାଙ୍କରେ ଜଣେ ନାବିକଙ୍କ ସମେତ ୧୫ ଜଣ ଯବାନ ଉପସ୍ଥିତ ଥିଲେ । ରିପୋର୍ଟ ମିଳିବା ପର୍ଯ୍ୟନ୍ତ ଜଣେ ଯବାନଙ୍କ ପ୍ରାଣହାନି ଘଟିଥିବା ବେଳେ ଆଠ ଜଣ ଯବାନ ନିଖୋଜ ଅଛନ୍ତି । ଶୁକ୍ରବାର ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ଏହି ଆକ୍ରମଣକାରୀ ଟ୍ୟାଙ୍କଟି କାଲିଫର୍ଣ୍ଣିଆର ଦକ୍ଷିଣ ତଟରେ ସମୁଦ୍ରରେ ବୁଡି ଯାଇଥିଲା । ସାନ୍ କ୍ଲିମେଣ୍ଟ ଦ୍ୱୀପରୁ ଏକ ଜାହାଜ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଜଣେ ଯବାନଙ୍କ ପ୍ରାଣହାନି ଘଟିଥିବା ବେଳେ ଉଦ୍ଧାର କରାଯାଇଥିବା ଯବାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ନିଖୋଜ ଯବାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।