୧୭ ହଜାର ଫୁଟ ଉପରେ ସ୍ୱାଧୀନତା ଦିବସ ପାଳିଲେ ଆଇଟିବିପି ଯବାନ

୧୭ ହଜାର ଫୁଟ ଉପରେ ସ୍ୱାଧୀନତା ଦିବସ ପାଳିଲେ ଆଇଟିବିପି ଯବାନ

୧୭ ହଜାର ଫୁଟ ଉପରେ ସ୍ୱାଧୀନତା ଦିବସ ପାଳିଲେ ଆଇଟିବିପି ଯବାନ
ନୂଆଦିଲ୍ଲୀ : ସମୁଦ୍ର ପତନରୁ ୧୭ ହଜାର ଫୁଟ ଉପରେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି ଆଇଟିବିପିର ଯବାନ । ଲଦାଖ ସୀମାରେ ୧୭ ହଜାର ଫୁଟ ଉପରେ ରହିଥିବା ଇଣ୍ଡୋ ତିବତିଆନ୍ ବର୍ଡର ପୋଲିସ ପକ୍ଷରୁ ଶନିବାର ଦିନ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସୀମାର ବିଭିନ୍ନ ସ୍ଥାନରେ ଯବାନଙ୍କ ପକ୍ଷରୁ ଭାରତୀୟ ତ୍ରୀରଙ୍ଗା ଉଡାଯାଇଥିବା ବେଳେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା । ଏହା ସହିତ ସିଏପିଏଫ୍ ଯବାନଙ୍କ ପକ୍ଷରୁ ପାଙ୍ଗ ସୋ ହ୍ରଦ ନିକଟରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ନିକଟରେ ଗଲୱାନ ଉପତ୍ୟାକାରେ ଘଟିଥିବା ସଂଘର୍ଷରେ ଶହୀଦ ହୋଇଥିବା ୨୧ ଯବାନଙ୍କ ନାମ ସାହାସିକତା ପଦକ ପାଇଁ ସୁପାରିଶ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ସୀମାରେ ରହିଥିବା ୩୪୮୮ କିମିର ସୀମାକୁ ସୁରକ୍ଷା ପ୍ରଦାନ କରିଥାଏ ଇଣ୍ଡୋ ତିବତିଆନ୍ ବର୍ଡର ପୋଲିସ ।