୨ ହଜାର ପ୍ରକାରର ଇଡ୍ଲି

୨ ହଜାର ପ୍ରକାରର ଇଡ୍ଲି

୨ ହଜାର ପ୍ରକାରର ଇଡ୍ଲି
ଦକ୍ଷିଣ ଭାରତୀୟ ବ୍ୟଞ୍ଜନ ‘ଇଡଲି’ ଲୋକପି୍ରୟତା ପୁରା ବିଶ୍ୱସ୍ତରରେ ଅଛି । ଭାରତର ଯେ କୌଣସି ପ୍ରାନ୍ତକୁ ଗଲେ ମଧ୍ୟ ଇଡଲି ଖାଦ୍ୟ ସହଜରେ ମିଳିଯାଇଥାଏ । ଅଧିକାଂଶ ଲୋକ ଜଳଖିଆରେ ଇଡ୍ଲି-ସମ୍ବର ଖାଇବାକୁ ପସନ୍ଦ କରନ୍ତି । ପ୍ରତ୍ୟେକ ସ୍ଥାନରେ ଇଡ୍ଲିର ସୁଆଦ ଓ ଆକାର ଭିନ୍ନ ଭିନ୍ନ । ଚେନ୍ନାଇ ଇଡ୍ଲିର ସ୍ୱାଦ କିନ୍ତୁ ସବୁଠୁ ଆଗରେ । ଚେନ୍ନାଇବାସୀ ଏମ ଏନ୍ନୟାବନ ସ୍ଥାନୀୟ ଅଞ୍ଚଳରେ ‘ଇଡ୍ଲିର ଇନୋଭେଟର’ ଭାବେ ଜଣାଯାନ୍ତି । କାରଣ ସେ ୨ ହଜାର ପ୍ରକାରର ଇଡ୍ଲି ତିଆରି କରିବାରେ ଶୈଳୀ ଜାଣିଛନ୍ତି । ଛୋଟରୁ ବଡ଼ ଆକାର ସହ ବିଭିନ୍ନ ସ୍ୱାଦର ଇଡ୍ଲି ତିଆରି କରିବାରେ ଏନ୍ନୟାବନ ଖୁବ ପାରଙ୍ଗମ । ପିଲାଙ୍କ ପାଇଁ ସେ ରଙ୍ଗବେରଙ୍ଗର କାର୍ଟୁନ ଇଡ୍ଲି ତିଆରି କରି ରେକର୍ଡ ସ୍ଥାପନ କରିସାରିଥିବା ବେଳେ ତାଙ୍କ ହାତ ତିଆରି ‘ଫଳ-ଇଡ୍ଲି’ ଗ୍ରାହକଙ୍କର ଖୁବ ପି୍ରୟ । ସବୁଠୁ ବଡ଼ ଇଡ୍ଲି ତିଆରି କରିବାରେ ରେକର୍ଡରେ ଏନ୍ନୟାବନଙ୍କ ଉଲ୍ଲେଖ ହୋଇଛି । ଏହି ବଡ଼ ଇଡ୍ଲିର ଓଜନ ୧୨୪ କିଲୋ । ଆଗାମୀ କିଛି ମାସ ମଧ୍ୟରେ ସେ ୩୦୦ ପ୍ରକାରର ନୂତନ ଆକାରର ଇଡ୍ଲି ତିଆରି କରିବେ ବୋଲି ଗଣମାଧ୍ୟମକୁ ଅବଗତ କରାଇଛନ୍ତି ।