୨୦୦୦ କୋଟି ଟଙ୍କା ଠକିଥିଲେ ବୋଲି ବ୍ୟାଙ୍କ ଅଧିକାରୀଙ୍କୁ ମୃତୁ୍ୟଦଣ୍ଡ

୨୦୦୦ କୋଟି ଟଙ୍କା ଠକିଥିଲେ ବୋଲି ବ୍ୟାଙ୍କ ଅଧିକାରୀଙ୍କୁ ମୃତୁ୍ୟଦଣ୍ଡ

୨୦୦୦ କୋଟି ଟଙ୍କା ଠକିଥିଲେ ବୋଲି ବ୍ୟାଙ୍କ ଅଧିକାରୀଙ୍କୁ ମୃତୁ୍ୟଦଣ୍ଡ
ବେଜିଂ : କୋଟିଏ କି ଦି କୋଟି ନୁହେଁ, ସିଧା ୨ ହଜାର କୋଟିର ଚୁନ ଲଗାଇ ଦେଇଥିଲେ । ଦୁର୍ନୀତି କରି ରାତାରାତି ବଡ଼ ହେବା ଚକ୍କରରେ ଏବେ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ମୃତୁ୍ୟଦଣ୍ଡ ଦିଆଯାଇଛି । ଭାରତରେ ଭ୍ରଷ୍ଟାଚାରୀମାନଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଉଥିବାବେଳେ ଚାଇନାରେ କିନ୍ତୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ୨ ହଜାର କୋଟି ଟଙ୍କା ଠକି ଥିବାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ମୃତୁ୍ୟଦଣ୍ଡରେ ଦଣ୍ଡିତ କରାଯାଇଛି । ଚୀନର କୋର୍ଟ ଭ୍ରଷ୍ଟାଚାର ବିରୋଧରେ ବଡ ଶୁଣାଣୀ କରି ହୁଆରଙ୍ଗ ଷ୍ଟେଟ ମ୍ୟାନେଜମେଂଟ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ଲାଇ ସିୟା ଓମିନଙ୍କୁ ମୃତୁ୍ୟ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ବ୍ୟାଙ୍କ ଅଧିକାରୀ କମୁ୍ୟନିଷ୍ଟ ପାର୍ଟିର ବି ଜଣେ ସକ୍ରିୟ ସଦସ୍ୟ ଥିଲେ । ତଥାପିବି ଆଇନ ଆଖିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଚାଇନା କିଭଳି ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ପୋଷଣ କରୁଛି ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସିୟାଓମିନଙ୍କୁ ଚୀନ କୋର୍ଟ ୫ ଜାନୁୟାରୀରେ ମୃତୁ୍ୟଦଣ୍ଡ ଶୁଣାଇଥିଲେ । ୨୯ ଜାନୁୟାରୀରେ ତାଙ୍କୁ ମୃତୁ୍ୟଦଣ୍ଡ ଦିଆଗଲା । ତେବେ ତାଙ୍କୁ ଫାଶୀ କି ବିଷ ଇଞ୍ଜେକ୍ସନ ଦ୍ୱାରା ମୃତୁ୍ୟଦଣ୍ଡ ଦିଆଯାଇଛି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ଚୀନର ଏହି ବ୍ୟାଙ୍କ ଅଧିକାରୀଙ୍କ ଉପରେ ହଜାର ହଜାର କୋଟିର ଲାଂଚ ନେଇଥିବାର ଅଭିଯୋଗ ଆସିଥିଲା । ୨୦୦୮ରୁ ୨୦୧୮ ମଧ୍ୟରେ ସେ ପ୍ରାୟ ୨୦୨୬ କୋଟି ଟଙ୍କା ଲାଂଚ ନେଇଥିବା ଆରୋପ ଲଗାଯାଇଥିଲା । ଦୀର୍ଘଦିନ ଧରି ମାମଲାର ଶୁଣାଣୀ ପରେ ଚୀନର ତିଆନାଜିନ ପିପୁଲସ କୋର୍ଟ ୫ ଜାନୁୟାରୀରେ ବ୍ୟାଙ୍କରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତୁ୍ୟଦଣ୍ଡ ଦେଇଥିଲେ । ଏପରିକି ସୁପ୍ରିମକୋର୍ଟରେ ଏହାର ପୁନଃବିଚାର ହୋଇଥିଲେ ବି ତଳ କୋର୍ଟର ରାୟକୁ କାଏମ ରଖାଯାଇଥିଲା ।