ବାସ୍ତୁ ଶାସ୍ତ୍ର ଅନୁସାରେ କେମିତି ତିଆରି କରିବେ ଗୃହ ନିର୍ମାଣ ଆସନ୍ତୁ ଜାଣିବା

ବାସ୍ତୁ ଶାସ୍ତ୍ର ଅନୁସାରେ କେମିତି ତିଆରି କରିବେ ଗୃହ ନିର୍ମାଣ ଆସନ୍ତୁ ଜାଣିବା

ବାସ୍ତୁ ଶାସ୍ତ୍ର ଅନୁସାରେ କେମିତି ତିଆରି କରିବେ ଗୃହ ନିର୍ମାଣ ଆସନ୍ତୁ ଜାଣିବା
ଆମ ହିନ୍ଦୁ ପରିବାରରେ ଠାକୁରଙ୍କ ପୂଜା ଘରର ସ୍ଥାନ ବେଶ ସ୍ୱତନ୍ତ୍ର । ପୂଜା ଗୃହ କେଉଁ ଦିଗରେ ନିର୍ମିତ ହେଲେ ପରିବାର ସଦସ୍ୟଙ୍କ ଉପରେ ଉତ୍ତମ ପ୍ରଭାବ ପଡ଼ିବ, ସେ ବାବଦରେ ସତର୍କତା ଅବଲମ୍ବନ କରିବା ଉଚିତ । ବାସ୍ତୁଶାସ୍ତ୍ର ନିୟମ ଅନୁସାରେ ପୂଜା ଗୃହ ବାବଦରେ କେତୋଟି ଜାଣିବା କଥା । ନୂଆ ଘରର ଶୁଭାରମ୍ଭ କରୁଥିଲେ,ଧ୍ୟାନରେ ରଖନ୍ତୁ ପୂଜା ଗୃହ ଯେପରି ଉତ୍ତର ପୂର୍ବ ଦିଗରେ ହିଁ ରହିବ । ଯଦି ଏହା ସମ୍ଭବପର ନ ହେଉଛି ତେବେ ପୂର୍ବ କିମ୍ବା ପଶ୍ଚିମ ଦିଗରେ ପୂଜା ଘର ନିର୍ମାଣ କରନ୍ତୁ । ପ୍ରଥମ ମହଲାରେ ପୂଜା ଗୃହ କରିବା ସବୁଠୁ ଉତ୍ତ ବୋଲି ବାସ୍ତୁବିତଙ୍କ ମତ । ହାତ ଉପରେ ପୂଜା ଘର ନ ରହିବା ଉଚିତ । ଯଦି ଆପଣଙ୍କ ନୂଆ ଘର ଆକାରରେ ଅଧିକ ବଡ଼, ଘରର ମଧ୍ୟଭାଗରେ ପୂଜା ଘର ନିର୍ମାଣ କରିବାକୁ ଚେଷ୍ଟା କରନ୍ତୁ । ପୂଜା ଘରେ ମାର୍ବଲ କିମ୍ବା ଟାଇଲ ଲଗାଇବା ପୂର୍ବରୁ ରଙ୍ଗ ଦେଖି କେତୋଟି ସତର୍କତା ଅବଲମ୍ବନ କରିବା ଜରୁରୀ । ଗାଢ଼ ରଙ୍ଗର ଟାଇଲ ନ ଲଗାଇ ଧଳା କିମ୍ବା ଈଷତ ହଳଦୀ ରଙ୍ଗର ଟାଇଲ ଲଗାଇବା ଶୁଭ ଫଳ ପ୍ରଦାନ କରେ ।