ରାଡବାହାଲ ଗ୍ରାଫାଇଟ ଖଣି ଖାଦାନ ପାଇଁ ଜନଶୁଣାଣି ଶିବିର
ରାଡବାହାଲ ଗ୍ରାଫାଇଟ ଖଣି ଖାଦାନ ପାଇଁ ଜନଶୁଣାଣି ଶିବିର
admin
Jan 22, 2020 - 13:10
Updated: Jan 22, 2020 - 13:10
ବେଲପଡା (ମନୋଜ କୁମାର ମିଶ୍ର) - ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଆୟୋଜକତ୍ୱ ରେ ବଲାଙ୍ଗିର ଜିଲ୍ଲା ବେଲପଡା ତହସିଲ ଅନ୍ତର୍ଗତ ରାଡବାହାଲ ଗ୍ରାମ ରେ ପ୍ରସ୍ତାବିତ ଗ୍ରାଫାଇଟ ଖଣି ମଂଜୁରୀ ପାଇଁ ଓଡିଶା ସରକାର ଙ୍କ ପ୍ରଦୁଷଣ ବିଭାଗ ଓ ଜିଲ୍ଲା ପ୍ରଶାଶନ ତରଫ ରୁ ୨୨ତା ବୁଧବାର ରାଡବାହାଲ ଗ୍ରାମ ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜନୈକ ବ୍ୟକ୍ତିି ଙ୍କ ରଏତି ଜମି ରେ ବାର୍ଷିକ ୧୩ହଜାର ୮୦୦ ମ୍ୟାଟ୍ରିକ ଟନ କଂଚାମାଲ ଖନନ ପାଇଁ ପ୍ରଦୁଷଣ ଓ ଜିଲ୍ଲା ପ୍ରଶାସନ ଙ୍କ ତରଫ ରି ଲକ୍ଷଧାର୍ଯ୍ୟ ରଖାଯାଇଥିବା ବେଳେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ପରିବେଶ ବୈଜ୍ଞାନିିକ ଡକ୍ଟର ସତ୍ୟାନାରାୟଣ ସାହୁ ଓ ଅରିତିକ୍ତ ଜିଲ୍ଲାପାଲ ପରୀକ୍ଷିତ ସେଠୀ ଜନ ସୁଣାଣି ଶିବିର ର ଆଭିମୁଖ୍ୟ ପ୍ରଦାନ କରି ରାଡବାହାଲ ଗ୍ରାମ ର ଜନସାଧାରଣ ଙ୍କ ମତାମତ ମାଗିଥିଲେ । ରାଡବାହାଲ ଗ୍ରାମବାସୀ ଗ୍ରାମ ରେ ଖଣି ଖାଦାନ ହେଲେ ଗ୍ରାମ ର ଶତାଧିକ ଲୋକ ଉପକୃତ ହେବା ସହ କର୍ମନି୍ୁକ୍ତି କ୍ଷୋତ୍ର ରେ ସହାୟକ ହେବ ହେବ ଲୋକେ ଅନ୍ତତଃ ଦାଦାନ ଖଟିବାପାଇଁ ଅନ୍ୟ ରାଜ୍ୟ କୁ ଯିବେ ନାହିଁ ବୋଲି ମତ ପ୍ରକାଶ କରିଥିଲେ । ଶିବିର ରେ ଗ୍ରାମ ର ଭଦ୍ର ବ୍ୟକ୍ତି ,ଓାର୍ଡ ସଭ୍ୟ, ସ୍ଥାନୀୟ ସରପଂଚ ସମେତ ଶଥାଧିକ ଜନ ସାଧାରଣ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ରାଡବାହାଲ ଗ୍ରାମ ରେ ପ୍ରସ୍ତାବିତ ଗ୍ରାଫାଇଟ ଖଣି ଖନନ ପାଇଁ ଲିଜ ସୁତ୍ର ରେ ଖନନ କରିବା ପାଇଁ ଖଣିମାଲିକ ଅନ୍ତର୍ଯ୍ୟାମୀ ମିଶ୍ର ଙ୍କ ପୁତ୍ର ସୁରେଶ ମିଶ୍ର ଉକ୍ତ ଗ୍ରାମ ରେ ଖଣିଖାଦନ ପାଇଁ ଅନୁମତି ମିଳିଳେ ଆସନ୍ତା ଦିନ ରେ ଗ୍ରାମବାସୀ ଙ୍କ ସମୁହ ସ୍ୱାର୍ଥ ରାସ୍ତା,ଘାଟ, ଗ୍ରାମ ର ବିଭିନ୍ନ ସମସ୍ୟା ସହ ସରକାର ଙ୍କ ନିୟମାନୁଯାୟୀ ସମସ୍ତ ସର୍ତ ମାନିବାକୁ ପ୍ରସ୍ତୁତ ରହିଥିବା ଶୁଣାଣି ରେ କହିଥିଲେ । ଏହି ଶୁଣାଣି ଚାଲିଥିବା ସମୟ ରେ ଜୟ କୋଶଳ ସଂଗଠନ ର ବନମାଳି ନାଏକ,ସିପୁନ ଖମାରୀ ,ଆଦିବାସୀ ସଂଘ ନେତା ଗିରି ଭୋଇ ସମେତ କିଛି ଗ୍ରାମବାସୀ ମହିଳା ପୁରୁଷ ଶୁଣାଣି ସ୍ଥଳ ର ସାମାନା କୁ ଆସି ସରକାର ବିରୋଧୀ ନାରାବାଜୀ କରି ଜନ ଶୁଣାଣିି କୁ ନେଇ ଗ୍ରାମବାସୀ ଙ୍କୁ ଅବଗତ ନକାଇ ଲୁକ୍କାୟିତ ଭାବରେ ପ୍ରଶାସନ ଜନଶୁଣାଣି କରୁଥିବା ଏନେଇ କୋଣସି ନୋଟିସ ଗ୍ରାମ ରେ ନଲାଗିବା ବା ପ୍ରଶାଶନ ତରଫ ରୁ ଡେଙ୍ଗୁରା ଦିଆନଯିବା ନେଇ ବିକ୍ଷୋଭ ପ୍ରଦର୍ଶନ କରି ଅଧିକାରୀ ଙ୍କୁ ଫେରିଯିବାପାଇଁ କହିଥିଲେ । ରାଡବାହାଲ ଗ୍ରାମ ରେ ଖଣି ଖନନ କରିଦିଆଯିବା ନାହିଁ କାରଣ ବେଲପଡା ବ୍ଲକ ର ଡୁଡୁକାମାଲ ଖଣି ରେ ଖଣି ମାଲିକ ବେଆଇନ ଭାବରେ ୫କିମି ପରିମିତ ଅଂଚଳ ରେ ଖଣି ଖନନ କରିଥିବା ବେଳେ ଗ୍ରାମବାସୀ ବିସ୍ତାପିତ ହୋଇଛନ୍ତି ଖଣି ମାଲିକ ତରଫ ରୁ ଗ୍ରାମବାସୀ ଙ୍କୁ ଥଇଥାନ ର ବ୍ୟବସ୍ଥା କରି ସହ ବାସଜମିର ପଟ୍ଟାଯୋଗାଇ ଦେବାପାଇଁ ଦାବି ହୋଇଥିଲେ ମଧ୍ୟ ପ୍ରଶାସନ ତରଫ ରୁ କୈାଣସି ପଦେକ୍ଷପ ନନେଇଥିବା ବେଳେ ରାଡବାହାଲ ଖଣି ଖାଦାନ ରେ ମଧ୍ୟ ସେହି ସମାନ ଅବସ୍ଥା ହୋଇପାରେ ବୋଲି ଆଶଙ୍କା କରଥିବା ଓ ଖଣି ଖନନ କରାଇଦିଆଯିବ ନାହିଁ ବୋଲି କହିଛନ୍ତି ।ପ୍ରସ୍ତାବିତ ଖଣି କାର୍ଯ୍ୟକାରୀ ହେଲେ ଗ୍ରାମ ରେ ବେକାରୀ ସମସ୍ୟା ଦୂରୀକରଣ ସହ ଦାଦାନ ଖଟିବାପାଇଁ ଅନ୍ତତଃ ଗ୍ରାମବାସୀ ମାନେ ବାହାର ରାଜ୍ୟ କୁ ଯିବେ ନାହିଁ ବୋଲି ଖଣିମଂଜୁରୀ ହେବା ସପକ୍ଷ ରେ କିଛି ଗ୍ରାମବାସୀ କହିଛନ୍ତି । ଶୁଣାଣି ପରେ ଅଧିକାରୀ ଗଣ ପ୍ରତ୍ୟାବର୍ତନ କରୁଥିବା ସମୟ ରେ ବିକ୍ଷୋଭ କାରୀ ମାନେ ଅଧିକାରୀ ଙ୍କ ଗାଡି ସାମାନା କୁ ଆସି ପୁଣି ୧ଘଣ୍ଟା କାଳ ବିକ୍ଷୋଭ ପ୍ରଦର୍ଶନ କରିଅଧିକାରୀ ମାନଙ୍କୁ ଅଟକ ରଖିଥିଲେ । ଏହା ଉପରେ ବଲାଙ୍ଗିର ଏଡିଏମ ପରକ୍ଷୀତ ସେଠୀ ଙ୍କୁ ପଚାରିବାରେ ଗ୍ରାମାବାସୀ ଙ୍କୁ ପୁର୍ବରୁ ଅବଗତ କରାଯାଇଥିଲା , ବିଭିନ୍ନ ଗଣ ମାଧ୍ୟମ ,ନୋଟିସ,ଡାକବାଜି ଯନ୍ତ୍ର ରେ ପ୍ରଚାର ପ୍ରସାର କରାଯାଇଥିଲା ଏକା ଲୁକାୟିତ ଜିନିଷ ନୁହେଁ ଗ୍ରାମବାସୀ ଖଣି ହେବାକୁ ନେଇ ସପକ୍ଷ ରେ ମତ ଦେଇଥିବା ବେଳେ କିଛି ସଂଗଠନ ଏହାକୁ ବିରୋଧ କରୁଛନ୍ତି ତେବେ ଗ୍ରାମବାସୀ ଯଦି ଖଣି ହେବାକୁ ଚାହିଁବେ ନାହିଁ ତେବେ ଖଣି ମଂଜୁରୀ କୁ ବନ୍ଦ କରିଦିଆଯିବ ବୋଲି ମତ ଦେଇଥିଲେ ।ଏହି ଶିବିର ରେ ବେଲପଡା ତହସିଲ ଦାର ପ୍ରିୟ ରଂଜନ କୁମାର ,ବେଲପଡା ଥାନା ଆଇଆଇସି ସଚ୍ଚିଦାନନ୍ଦ ବରିହା ,ରାଜସ୍ୱ ନିରୀକ୍ଷକ ଗୋଲାପ କୁମ୍ଭାର ସମେତ ବିଭିନ୍ନ ଗଣ ମାଦ୍ୟମ ର ପ୍ରତିନିଧି ମାନେ ୍ୋଗ ଦେଇଥିଲେ ।