୨୦ ବର୍ଷ ହେଲା କାହାର ସରକାର ଥିଲା:ବିଜେପି
୨୦ ବର୍ଷ ହେଲା କାହାର ସରକାର ଥିଲା:ବିଜେପି
admin
Oct 15, 2019 - 11:10
Updated: Oct 15, 2019 - 11:10
ଭୁବନେଶ୍ୱର: ‘ମୋ ସରକାର’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବର୍ତ୍ତମାନ ବହୁ ସଚିବ ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି । ଲୋକମାନଙ୍କୁ ଠିକଭାବେ ସରକାରୀ ସେବା ମିଳୁଛି କି ନାହିଁ ତାହାର ତଦାରଖ କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ‘ ମୋ ସରକାର’ କାର୍ଯ୍ୟକ୍ରମକୁ ରାଜ୍ୟ ବିଜେପି ପକ୍ଷରୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି ।
ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସମୀର ମହାନ୍ତି ଓ ଗୋଲକ ମହାପାତ୍ର ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ଏଥିସହ ୨୦୧୯ ପୂର୍ବରୁ କାହା ସରକାର ଚାଲୁଥିବାବୋଲି ପ୍ରଶ୍ନ କରିଛନ୍ତି । କାହା ଭାବମୂର୍ତ୍ତି ବୃଦ୍ଧି ପାଇଁ ଏ ଯୋଜନା କରାଯାଇଛି ବୋଲି ମଧ୍ୟ ଉଭୟ ବିଜେପି ନେତା ପ୍ରଶ୍ନ କରିଛନ୍ତି ।
ସେମାନେ କହିଛନ୍ତି ଯେ, ୫-ଟି ସଚିବଙ୍କ ତୋଫାନୀ ଗସ୍ତ ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ କି ସଚିବ ନାହାନ୍ତି । ଏହା ଦ୍ୱାରା ଲୋକ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଛି । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଲୁଚାଇବାକୁ ଏହା ସରକାରଙ୍କ ଏକ ମିଡିଆ ଷ୍ଟଣ୍ଟ ବୋଲି ଉଭୟ ସମୀର ମହାନ୍ତି ଓ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।