୨୦୨୪ ସୁଦ୍ଧା ଚୀନ୍କୁ ପଛରେ ପକାଇବ ଭାରତର ଜନସଂଖ୍ୟା

୨୦୨୪ ସୁଦ୍ଧା ଚୀନ୍କୁ ପଛରେ ପକାଇବ ଭାରତର ଜନସଂଖ୍ୟା

୨୦୨୪ ସୁଦ୍ଧା ଚୀନ୍କୁ ପଛରେ ପକାଇବ ଭାରତର ଜନସଂଖ୍ୟା
ୱାଶିଂଟନ: ଜାତିସଂଘର ଏକ ରିପୋର୍ଟ ଅନୁସାରେ ୨୦୨୪ ପର୍ଯ୍ୟନ୍ତ ଚୀନର ଠାରୁ ଭାରତରେ ଅଧିକ ଜନସଂଖ୍ୟା ବୃଦ୍ଧି ପାଇବ । ଭାରତର ଚୀନକୁ ୨୦୨୪ ସୁଦ୍ଧା ପଛରେ ପକାଇବ । ଜାତିସଂଘର ରିପୋର୍ଟ ଅନୁସାରେ ୨୦୩୦ ସୁଦ୍ଧା ଭାରତର ଜନସଂଖ୍ୟା ୧୫୦ କୋଟିରୁ ଅଧିକ ହୋଇଯିବ । ଏହି ରିପୋର୍ଟ ଜାତିସଂଘର ଇକୋନୋମିକ୍ ଆଣ୍ଡ ସୋସିଆଲ ଆଫେୟାର୍ସ ଡିପାର୍ଟମେଣ୍ଟ ଜାରି କରିଛି । ଏହାକୁ ଦ ୨୦୧୭ ରିଭିଜନ୍ ନାମରେ ଜାରି କରାଯିବ । ଜାତିସଂଘର ରିପୋର୍ଟ ଅନୁସାରେ ଏବେ ବିଶ୍ୱରେ ମୋଟ ୭.୬ ଆରବ ରହିଥିବା ବେଳେ ୨୦୫୦ ସୁଦ୍ଧା ବଢିକି ୯.୮ ଆରବ ହୋଇଯିବ । ରିପୋର୍ଟରେ ଉଲ୍ଲେଖ ରହିଛି ଯେ ୨୦୫୦ ସୁଦ୍ଧା ନାଇଜେରିଆରର ଜନସଂଖ୍ୟା ୍ରଆମେରିକା ଠାରୁ ଅଧିକ ହୋଇଯିବ । ଏହା ସହ ନାଇଜେରିଆ ବିଶ୍ୱର ତୃତୀୟ ଜନସଂଖ୍ୟା ବହୁଳ ରାଷ୍ଟ୍ର ଭାବରେ ପରିଣିତ ହେବ । ୨୦୫୦ ରେ ଭାରତରେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ଦୁଇଗୁଣା ହୋଇଯିବ । ଏହି ସମୟରେ ଭାରତରେ ୧୪ କୋଟି ଲୋକ ୬୦ ବର୍ଷରୁ ଅଧିକ ବୟସର ଦେଖିବାକୁ ମିଳିବେ । ଯାହାକି ମୋଟ ଜନସଂଖ୍ୟାର ୧୧% ପ୍ରତିଶତ । ଏବେ ଭାରତର ଜନସଂଖ୍ୟା ୧୩୧ କୋଟି ରହିଥିବା ବେଳେ ଚୀନର ରହିଛଇ ୧୪୧ କୋଟି । ପ୍ରତିବର୍ଷ ବିଶ୍ୱରେ ୮.୩ କୋଟି ଜନସଂଖ୍ୟା ବୃଦ୍ଧି ପାଉଛି । ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ ଜନସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ତାଙ୍କୁ ଖାଦ୍ୟ ଯୋଗାଇବା କଷ୍ଟ ହୋଇପଡିବ ।