୨୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

୨୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

୨୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ
ଭଦ୍ରକ: ଭଦ୍ରକରୁ ୨୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ଆଜି ଭଦ୍ରକର ତିହିଡ଼ି ଥାନା ଅନ୍ତର୍ଗତ ନନ୍ଦପୁର ଛକଠାରେ କଟକର ଦୁଇଟି ସ୍ବତନ୍ତ୍ର ଟିମ୍ ଚଢ଼ାଉ କରିଥିଲା। ଏଠାରୁ ୨୩୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା। ଜବତ ବ୍ରାଉନ ସୁଗାରର ମୂଲ୍ୟ ୨୩ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଏହି ମାମଲାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ତିହିଡ଼ି ଥାନା ଅଞ୍ଚଳର କୈଳାସ ମଲିକ(୨୮)। ଏନେଇ ତିହିଡ଼ି ଥାନା ଆଇଆଇସି ଜଗଦିଶ ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି।