ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ବନାମ ନରେନ୍ଦ୍ର ମୋଦିଙ୍କ ଭିତରେ ହିଁ ଲଢେ଼ଇ
ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ବନାମ ନରେନ୍ଦ୍ର ମୋଦିଙ୍କ ଭିତରେ ହିଁ ଲଢେ଼ଇ
admin
Mar 2, 2021 - 08:12
Updated: Mar 2, 2021 - 08:12
କୋଲକାତା : ବାମପନ୍ଥୀ ଓ କଂଗ୍ରେସର ପ୍ରଭାବକୁ ପଛରେ ପକାଇ ଏବେ ପଶ୍ଚିମବଙ୍ଗରେ ବିଜେପି ସହ ତୃଣମୂଳ କଂଗ୍ରେସର ହିଁ ଲଢେ଼ଇ ହେବାକୁ ଯାଉଛି । ପଶ୍ଚିମବଙ୍ଗକୁ କରାୟତ କରିବା ପାଇଁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ନେତାମାନେ ଦିନରାତି ଏକ କରିଦେଇଛନ୍ତି । ସେଠାରେ ବିଜେପି ଆଶାତୀତ ପ୍ରଦର୍ଶନ କରି ଆସୁଥିଲେ ମଧ୍ୟ କିଏ ଦଳର ମୁଖ୍ୟମନ୍ତ୍ରୀ ହେବ ତାହା କିନ୍ତୁ ବିଜେପି ସ୍ଥିର କରିପାରୁନାହିଁ । ଫଳରେ ଅନ୍ୟ ରାଜ୍ୟ ଭଳି ସେଠାରେ ମଧ୍ୟ ବିଜେପି ମୋଦିଙ୍କ ହାୱାରେ ଜିତିବାର ଯୋଜନା କରିଛି । ବସ୍ତୁତଃ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ବନାମ ନରେନ୍ଦ୍ର ମୋଦିଙ୍କ ଭିତରେ ହିଁ ଲଢେ଼ଇ ହେଉଛି ।
୨୦୧୬ରେ ବିଜେପି ପଶ୍ଚିମବଙ୍ଗରେ ମାତ୍ର ୩ଟି ବିଧାନସଭା ଆସନରେ ବାଜିମାତ କରିବାରେ ସମର୍ଥ ହୋଇଥିଲା । କିନ୍ତୁ ୨୦୧୯ରେ ବିଜେପି ଟିକେଟରେ ୧୮ ଜଣ ସାଂସଦ ଭାବେ ନିର୍ବାଚିତ ହୋଇପାରିଥିଲେ । ଯେତେବେଳେକି କଂଗ୍ରେସ ଓ ବାମମେଂଟର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ପଶ୍ଚିମବଙ୍ଗ ରାଜନୀତିରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ସେଠାରେ ବିଜେପିର ଶକ୍ତି ବୃଦ୍ଧି ପାଇଥିଲେବି କୌଣସି ନେତାଙ୍କର ରାଜ୍ୟରେ ଦବଦବା ନାହିଁ । ସେମାନଙ୍କର ଦବଦବା ଗୋଟିଏ ଜିଲ୍ଲା ବା ନିଜ ସଂସଦୀୟ କ୍ଷେତ୍ରରେ ହିଁ ସୀମିତ । ତଥାପିବି ପ୍ରାୟ ଚାରି ପାଂଚ ଜଣ ମୁଖ୍ୟମନ୍ତ୍ରୀ ହେବାପାଇଁ ଆଶା ରଖିଥିବାରୁ ଏବେ ମୋଦିଙ୍କ ଭରସାରେ ହିଁ ଦଳ ନିର୍ବାଚନ ଲଢ଼ିବାକୁ ଯୋଜନା କରିଛି ।
ଏସବୁ ଭିତରେ କିନ୍ତୁ ଦିଲ୍ଲୀପ ଘୋଷଙ୍କୁ ଦାବିଦାର ବୋଲି ମନେ କରାଯାଉଛି । ପଶ୍ଚିମବଙ୍ଗର ବିଜେପି ମୁଖ୍ୟ ଥିବା ଦିଲ୍ଲୀପ ଘୋଷ ପୂର୍ବରୁ ସଂଘର ପ୍ରଚାରକ ମଧ୍ୟ ଥିଲେ । ପଶ୍ଚିମବଙ୍ଗର ଗ୍ରାମୀଣ ଅଂଚଳରେ ଦଳକୁ ମଜବୁତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି ।