୨୬ ଜାନୁଆରୀ ହିଂସାକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ସଂପର୍କରେ ସୂଚନା ଦେଲେ ମିଳିବ ୧ ଲକ୍ଷ
୨୬ ଜାନୁଆରୀ ହିଂସାକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ସଂପର୍କରେ ସୂଚନା ଦେଲେ ମିଳିବ ୧ ଲକ୍ଷ
admin
Feb 3, 2021 - 09:12
Updated: Feb 3, 2021 - 09:12
ନୂଆଦିଲ୍ଲୀ : ଜାନୁଆରୀ ୨୬ରେ ଲାଲକିଲାରେ ହୋଇଥିଲା ହିଂସାକାଣ୍ଡ । ଯାହା ସାରା ଦେଶବାସୀଙ୍କୁ ମର୍ମାହତ କରିଥିଲା । ପୁଲିସ ଓ ଚାଷୀଙ୍କ ସଂଘର୍ଷରେ ଅନେକ ଆହତ ହୋଇଛନ୍ତି । ଅପରପକ୍ଷରେ ଏହି ହିଂସାକାଣ୍ଡ ଘଟଣାରେ ୩୮ଟି ମାମଲା ରୁଜୁ କରାଯାଇଥିବାବେଳେ ୮୪ ଜଣଙ୍କୁ ଗିରଫ କରାଯାଇଛି । ତେବେ ହିଂସାକାଣ୍ଡରେ ସଂପୃକ୍ତ ସମସ୍ତଙ୍କୁ ଦିଲ୍ଲୀ ପୁଲିସ ଖୋଜୁଛି । ଏମିତିକି ସନ୍ଦିଗ୍ଧଙ୍କ ସମ୍ପର୍କରେ ସୂଚନା ଦେଲେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦେବାକୁ ଦିଲ୍ଲୀ ପୁଲିସ ଘୋଷଣା କରିଛି ।
ଦିଲ୍ଲୀ ପୁଲିସ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କ ଗିରଫଦାରୀ ସମ୍ପର୍କରେ ସୂଚନା ଦେଲେ ୧ ଲକ୍ଷ ଟଙ୍କାର ପୁରସ୍କାର ମିଳିବ । ଦୀପ ସିଦ୍ଧୁଙ୍କ ବ୍ୟତୀତ ଯୁଗରାଜ ସିଂହ, ଗୁରୁଜୋତ ସିଂହ ଓ ଗୁରୁଜନ୍ତ ସିଂହଙ୍କ ସମ୍ପର୍କରେ ସୂଚନା ଦେଲେ ୧ ଲକ୍ଷ ଟଙ୍କାଏଁ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି ।
ସେହିପରି ଏହି ଟ୍ରାକ୍ଟର ପ୍ୟାରେଡ଼ରେ ସାମିଲ ଥିବା ଜଜବୀର ସିଂହ, ବୁଟା ସିଂହ, ସୁଖଦେବ ସିଂହ ଓ ଇକବାଲ ସିଂହଙ୍କ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟଯେ, ଯୁଗରାଜ ସିଂହ ଲାଲକିଲାରେ ଫ୍ଲାଗ ପୋଲ ଉପରେ ଚଢ଼ି ଧାମିିକ ପତାକା ଲଗାଇଥିଲେ । ତାଙ୍କ ବିରୋଧରେ ରାଜଦ୍ରୋହ ଓ ଦଙ୍ଗା ମାମଲା ରୁଜୁ କରାଯାଇଛି ।