+୩ ନାମଲେଖା :ଆଜି ଆସିବ ମେଧା ତାଲିକା
+୩ ନାମଲେଖା :ଆଜି ଆସିବ ମେଧା ତାଲିକା
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ତଥା ସ୍ନାତକ (ୟୁଜି) ପାଠ୍ୟକ୍ରମରେ ନାମ ଲେଖିବା ପାଇଁ ବୁଧବାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ସମୁଦାୟ ୧ ହଜାର ୨୩ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖିବାକୁ ପ୍ରାୟ ୨ ଲକ୍ଷ ୫୩ ହଜାର ୧୦୬ ଜଣ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିଛନ୍ତି । ମେଧା ତାଲିକା ପ୍ରକାଶ ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଚୟନ ହୋଇଥିବା କଲେଜରେ ବୁଧବାରଠୁ ଆସନ୍ତା ୧୧ ତାରିଖ ପର୍ୟ୍ୟନ୍ତ ନାମଲେଖାଇବେ । ୭ରୁ ୧୧ ତାରିଖ ଭିତରେ ଛାତ୍ରଛାତ୍ରୀ ସ୍ଲାଇଡ୍-ଅପ୍ ପାଇଁ ଆବେଦନ ବି କରିପାରିବେ ।
ପରେ ୧୬ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଏହି ପର୍ୟ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ୧୬ରୁ ୧୯ ତାରିଖ ଭିତରେ ନାମଲେଖାଇବେ । ଦୁଇ ପର୍ୟ୍ୟାୟ ପରେ ଖାଲି ପଡ଼ିଥିବା ସିଟ୍ଗୁଡ଼ିକର ତାଲିକା ସାମ୍ସରେ ଉପଲବ୍ଧ ହେବ । ୨୧ରୁ ୨୩ ତାରିଖ ଭିତରେ ପିଲାମାନେ ଖାଲିପଡ଼ିଥିବା ସିଟ୍ରେ ନାମଲେଖିବାକୁ ଆବେଦନ କରିବେ । ଏହା ପରେ ୨୮ ତାରିଖରେ ସ୍ପଟ୍ ମେଧା ତାଲିକା ବାହାରିବ । ଛାତ୍ରଛାତ୍ରୀମାନେ ୨୮ରୁ ଅକ୍ଟୋବର ୧ ତାରିଖରେ ନାମଲେଖାଇବେ ।