୪୦ଡିଗ୍ରୀ ଛୁଇଁବ ତାତି
୪୦ଡିଗ୍ରୀ ଛୁଇଁବ ତାତି
ଭୁବନେଶ୍ୱର: ରାଜ୍ୟରେ ବଢୁଛି ତାତି । ରାଜ୍ୟରେ ଗତକାଲି ୩୭ଡିଗ୍ରି ଉପରେ ୬ଟି ସହର ଥିଲା । ଆସନ୍ତା ୧୪ରୁ ରାଜ୍ୟରେ ଆହୁରି ବଢିବ ତାତି । ଆଭ୍ୟନ୍ତରୀଣ ଓଡିଶାରେ ତାତି ୪୦ଡିଗ୍ରୀ ଛୁଇଁବ । ପାଣିପାଗବିତ୍ ଏଭଳି ପୂର୍ବାନୁମାନ କରିଛନ୍ତି । ଆସନ୍ତା ୧୪ରୁ ୧୭ ତାରିଖ ମଧ୍ୟରେ ରାଜ୍ୟରେ ସାମୁଦ୍ରିକ ପବନ ବିଶେଷ ବହିବାର ସମ୍ଭାବନା ନାହିଁ । ଉତ୍ତର ପଶ୍ଚିମ ଦିଗରୁ ତତଲା ପବନ ବହିବ । ଫଳରେ ଆଭ୍ୟନ୍ତରୀଣ ଓଡିଶାରେ ତାତି ୪୦ଡିଗ୍ରି ସେଲସିୟସ୍ ଛୁଇଁବା ସହିତ ସାରା ରାଜ୍ୟରେ ମଧ୍ୟ ତାତି ଅନୁଭୂତ ହେବ ।
ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡିଶାରେ ମଧ୍ୟ ୩୭ଡିଗ୍ରି ଉପରେ ରହିବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିଦେ୍ର୍ଧଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି । ୧୮ରୁ ପାଗ ବଦଳିବ । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଡ. ସାହୁ ଆକଳନ କରିଛନ୍ତି ।
ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ନିଦେ୍ର୍ଧଶକ ଏଚ୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ରାଜରେ ପାଗ ଶୁଖିଲା ରହିବ । ତାପମାତ୍ର ବିଶେଷ ବଢିବନି ବୋଲି ସେ ଆକଳନ କରିଛନ୍ତି ।