୪୮ ଘଣ୍ଟା ପରେ ଶୀତ, ୩ ରୁ ୫ ଡିଗ୍ରୀ ଖସିବ ପାରଦ

୪୮ ଘଣ୍ଟା ପରେ ଶୀତ, ୩ ରୁ ୫ ଡିଗ୍ରୀ ଖସିବ ପାରଦ

୪୮ ଘଣ୍ଟା ପରେ ଶୀତ, ୩ ରୁ ୫ ଡିଗ୍ରୀ ଖସିବ ପାରଦ
ଭୁବନେଶ୍ୱର: ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ସୃଷ୍ଟି ହେବା କାରଣରୁ କିଛି ଦିନ ପାଣିପାଗରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି । ବିଳମ୍ବରେ ମୌସୁମୀ ଛଡ଼ିବା ସହିତ ଶୀତ ପ୍ରବେଶରେ ମଧ୍ୟ ବିଳମ୍ବ ଘଟୁଛି । ତେବେ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଘଟିବାର ସମ୍ଭାବନା ନାହିଁ, କିନ୍ତୁ ଆସନ୍ତା ୪୮ ଘଣ୍ଟା ପରେ ପାଗ ବଦଳିବ । ଆସନ୍ତା ୩ ରୁ ୪ ଦିନ ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ । ଫଳରେ ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ଆକଳନ କରାଯାଇଛି । ପାଣିପାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବାଂଲାଦେଶ ଓ ଏହାର ପାଶ୍ୱର୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ରହିଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ କିଛି ଅଞ୍ଚଳରେ ମେଘୁଆ ଥିବା ଲକ୍ଷ୍ୟ କରାଯାଉଛି ।