୫-ଟି ମୁହଁରେ କ୍ୟାପିଟାଲ ହସ୍ପିଟାଲର ଚାପୁଡ଼ା !

୫-ଟି ମୁହଁରେ କ୍ୟାପିଟାଲ ହସ୍ପିଟାଲର ଚାପୁଡ଼ା !

୫-ଟି ମୁହଁରେ କ୍ୟାପିଟାଲ ହସ୍ପିଟାଲର ଚାପୁଡ଼ା !
ଭୁବନେଶ୍ୱର: ୫-ଟି ମୁହଁରେ କ୍ୟାପିଟାଲ ହସ୍ପିଟାଲର ଚାପୁଡ଼ା । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୫-ଟି ବାସ୍ତବତାର ଏକ କଡ଼ା ସତ ଦେଖିବାକୁ ମିଳିଛି । କ୍ୟାପିଟାଲ ହସ୍ପିଟାଲକୁ ଆସି ରାସ୍ତାକଡ଼ରେ ଜଣେ ମହିଳା ପ୍ରସବ କରିବା ଭଳି ଅଭିଯୋଗ ଆସିଛି । ଡାକ୍ତର ଫେରାଇ ଦେବାରୁ ମହିଳା ଜଣକ ଫୁଟପାଥରେ ପ୍ରସବ କରିଥିବା ଅଭିଯୋଗ ହୋଇଛି । ୫-ଟି ପଦାରେ ପଡ଼ିବା ପରେ ହସ୍ପିଟାଲ ଅଧୀକ୍ଷକ ନାରାୟଣ ସେଠୀ ନିଜ ମନ୍ତବ୍ୟ ଦେଇ କହିଛନ୍ତି ଯେ, କାଲି ପ୍ରସୂତି ଆସିଥିଲେ । ପେନ ନଥିଲା । ଡାକ୍ତର ଫେରାଇ ଦେଇଥିଲେ । ଘରେ ପେନ ହେବାରୁ ସେ ପୁଣି ଥରେ ଆସିଥିଲେ । ହସ୍ପିଟାଲ ପରିସରରେ ପ୍ରସବ ହୋଇଥିଲା । କେଉଁ ଡାକ୍ତର ତାଙ୍କୁ ଚେକ କରିଥିଲେ ମୁଁ ସେ ବିଷୟରେ ଜାଣିନାହିଁ । ଏନେଇ କେହି କିଛି ଅଭିଯୋଗ କରିନାହାନ୍ତି । ଅଭିଯୋଗ ଆସିଲେ ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ହସ୍ପିଟାଲ ଅଧୀକ୍ଷକ ନାରାୟଣ ସେଠୀ କହିଛନ୍ତି ।