‘ବିଧାୟକ, ସମର୍ଥକ ବାଂଟିଥିଲେ ମଦ’

‘ବିଧାୟକ, ସମର୍ଥକ ବାଂଟିଥିଲେ ମଦ’

‘ବିଧାୟକ, ସମର୍ଥକ ବାଂଟିଥିଲେ ମଦ’
ଭୁବନେଶ୍ୱର: ଚାନ୍ଦବାଲି ମଦମୃତୁ୍ୟ ନେଇ ଗୁରୁବାର ବିଜେପି ସିଇଓଙ୍କ ଠାରେ ଫେରାଦ ହୋଇଛି । ପ୍ରକାଶ ମିଶ୍ର, ମନମୋହନ ସାମଲ ଓ ସମୀର ମହାନ୍ତି ପ୍ରମୁଖ ସିଇଓଙ୍କୁ ଫେରାଦ ହୋଇଛନ୍ତି । ସ୍ଥାନୀୟ ବିଧାୟକ ଓ ତାଙ୍କ ସମର୍ଥକ ଲୋକଙ୍କୁ ମଦ ବାଣ୍ଟିଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେବେ ଏ ସମ୍ପର୍କରେ ସବୁ ଜାଣି ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ ରହିଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏପରିକି ଲୋକେ ଅଭିଯୋଗ କଲା ପରେ ମାମଲା ରୁଜୁ କରାଯାଇଥିଲା ବୋଲି ବିଜେପି ପକ୍ଷରୁ କୁହାଯାଇଛି । ସେହିପରି ମହାଙ୍ଗାର ୧୫୭ ନଂ ବୁଥ କ୍ୟାପଚରିଂ ନେଇ ମଧ୍ୟ ସମ୍ପୃକ୍ତ ବିଜେପି ପ୍ରତିନିଧିମଣ୍ଡଳୀ ସିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଥିସହ କ୍ୟାପଚର ନେଇ ପ୍ରିଜାଇଡିଂ ଅଫିସର ଜଣାଇଥିବା କାଗଜପତ୍ର ମଧ୍ୟ ସେମାନେ ସିଇଓଙ୍କୁ ଦେଇଛନ୍ତି ।