ଅକ୍ଟୋବର ୨୫ ରୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ବିମାନ

ଅକ୍ଟୋବର ୨୫ ରୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ବିମାନ

ଅକ୍ଟୋବର ୨୫ ରୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ବିମାନ
ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାର ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ଅକ୍ଟୋବର ୨୫ ତାରିଖଠାରୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁର ମଧ୍ୟରେ ସିଧା ସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି ସ୍ପାଇସ ଜେଟ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିଦେ୍ର୍ଧଶକ କିଶୋର ସେନାପତି । କମ୍ପାନୀ ତାର ଶୀତକାଳୀନ ସମୟ ସାରଣୀରେ ଏହି ଦୁଇ ରୁଟକୁ ସ୍ଥାନ ଦେଇଛି । ଝାରସୁଗୁଡ଼ା ମୁମ୍ବାଇ ଓ ବେଙ୍ଗାଲୁରୁ ମଧ୍ୟରେ ବିମାନ ସେବା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ବେଳେ ଏବେ ଏହା ସଫଳ ହୋଇଛି । କମ୍ପାନୀ ଏହି ସ୍ଥାନକୁ ବୋଇଁ ୭୪୭ ଚଳାଇବାକୁ ନିଷ୍ପତ୍ତି ନେଇଛି । ସ୍ପାଇସ ଜେଟ ବର୍ତ୍ତମାନର ଝାରସୁଗୁଡ଼ାରୁ ଦିଲ୍ଲୀ, କଲିକତା, ହାଇଦ୍ରାବାଦ ବିମାନ ସେବା ଯୋଗାଇ ଦେଉଥିବା ବେଳେ ଏଲାୟନସ ଏୟାର ପକ୍ଷରୁ ଝାରସୁଗୁଡ଼ାରୁ କୋଲକାତା, ରାୟପୁର ଓ ଭୁବନେଶ୍ୱର ବିମାନ ସେବା ଯୋଗାଇ ଦେଉଛି ।