ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲା : ଏକାଧିକ କଂଗ୍ରେସ ନେତାଙ୍କ ସମ୍ପୃକ୍ତି!

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲା : ଏକାଧିକ କଂଗ୍ରେସ ନେତାଙ୍କ ସମ୍ପୃକ୍ତି!

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲା : ଏକାଧିକ କଂଗ୍ରେସ ନେତାଙ୍କ ସମ୍ପୃକ୍ତି!
ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତି ମାମଲାରେ ଏକାଧିକ କଂଗ୍ରେସ ନେତାଙ୍କ ସମ୍ପୃକ୍ତି ନେଇ ସୂଚନା ମିଳିଛି । ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସକ୍ସେନାଙ୍କ ନିକଟରୁ ଏହି ତଥ୍ୟ ମିଳିଛି । ୩୦୦୦ କୋଟିର ଏହି ଭିଭିଆଇପି ଚପ୍ପର ସ୍କାମରେ ଏକାଧିକ ନେତାଙ୍କ ସମ୍ପୃକ୍ତି ନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି । ଇଡି ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ କମଲ ନାଥଙ୍କ ପୁଅ ବକୁଲ ନାଥ, ବରିଷ୍ଠ ନେତା ସଲମାନ ଖୁର୍ଶିଦ ଏବଂ ଅହମ୍ମଦ ପଟେଲଙ୍କ ନାମ ବାହାରକୁ ଆସିଛି । ଦୁବାଇରୁ ରାଜୀବ ସକ୍ସେନାଙ୍କୁ ଗିରଫ କରାଯାଇ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା । ଏହା ପରେ ସରକାରୀ ସାକ୍ଷୀ ହେବା ପାଇଁ ସକ୍ସେନା ରାଜି ହୋଇଥିଲେ । ସକ୍ସେନାଙ୍କ ୩୮୫ କୋଟିର ସମ୍ପତ୍ତିକୁ ମଧ୍ୟ ଇଡି ପକ୍ଷରୁ ଜବତ କରାଯାଇଥିଲା । ତେବେ ବର୍ତ୍ତମାନ ସକ୍ସେନାଙ୍କ ସରକାରୀ ସାକ୍ଷୀ ମାନ୍ୟତା ହଟାଇବା ପାଇଁ ଇଡି ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ଆବେଦନ କରିଛି । ସକ୍ସେନା ତଥ୍ୟ ଲୁଚାଇଥିବା ନେଇ ଅଭିଯୋଗ କରି ଏହି ଆବେଦନ କରାଯାଇଛି । ବର୍ତ୍ତମାନ ସକ୍ସେନା ଜାମିନରେ ଅଛନ୍ତି । ଏହି ମାମଲାରେ ମିଡିଲମ୍ୟାନ ରହିଥିବା କ୍ରିଷ୍ଟିଆନ ମାଇକେଲ ବର୍ତ୍ତମାନ ଜେଲରେ ରହିଛି ।