ଇଣ୍ଟରନେଟ ବ୍ୟବହାରକାରୀ ୭୫ କୋଟି ଟପିଲେ
ଇଣ୍ଟରନେଟ ବ୍ୟବହାରକାରୀ ୭୫ କୋଟି ଟପିଲେ
admin
Nov 18, 2020 - 05:25
Updated: Nov 18, 2020 - 05:25
ନୂଆଦିଲ୍ଲୀ: ୧୯୯୫ ମସିହା ଅଗଷ୍ଟ ୧୫ ତାରିଖରେ ଭାରତରେ ଇଣ୍ଟରନେଟ ସେବା ଆରମ୍ଭ ହୋଇଥିଲା । ତେଣୁ ଇଣ୍ଟରନେଟକୁ ଭାରତରେ ଇତି ମଧ୍ୟରେ ୨୫ ବର୍ଷ ପୂରଣ ହୋଇଛି । ଏହି ୨୫ ବର୍ଷ ମଧ୍ୟରେ ଭାରତ ଇଣ୍ଟରନେଟ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ଭାରତରେ ଇଣ୍ଟରନେଟ ସଂଯୋଗ ସଂଖ୍ୟା ଗତ ଅଗଷ୍ଟ ମାସ ସୁଦ୍ଧା ୭୫ କୋଟିର ମାଇଲଖୁଣ୍ଟ ଟପିଛି । ତେବେ ଗତ ୪ ବର୍ଷ ମଧ୍ୟରେ ଇଣ୍ଟରନେଟ ସଂଯୋଗ ସଂଖ୍ୟା ଦ୍ରୁତଗତିରେ ବଢ଼ି ଦୁଇଗୁଣ ହୋଇଛି ।
୨୦୧୬ ମାର୍ଚ୍ଚରେ ଦେଶରେ ୩୪ କୋଟି ଇଣ୍ଟରନେଟ ବ୍ୟବହାରକାରୀ ଥିବା ବେଳେ ୨୦୧୭ ମାର୍ଚ୍ଚରେ ୪୨ କୋଟି, ୨୦୧୮ ସେପ୍ଟେମ୍ବରରେ ୫୬ କୋଟି ଏବଂ ୨୦୨୦ ଅଗଷ୍ଟରେ ୭୬ କୋଟି ଇଣ୍ଟରନେଟ ବ୍ୟବହାର କାରୀ ରହିଛନ୍ତି ବୋଲି ଟ୍ରାଇ ତଥ୍ୟରୁ ଜଣାଯାଇଛି । ୭୬ କୋଟି ଇଣ୍ଟରନେଟ ସଂଯୋଗ ମଧ୍ୟରୁ ଅଧିକାଂଶ ବ୍ୟବହାରକାରୀ ସହରାଞ୍ଚଳରେ ରହିଛନ୍ତି । ସେହିଭଳି ମୋବାଇଲ ଫୋନ ଓ ଡଙ୍ଗଲ ଭଳି ଓୟାରଲେସ ଉପକରଣ ମାଧ୍ୟମରେ ଅଧିକାଂଶ ଇଣ୍ଟରନେଟ ସଂଯୋଗ ରହିଛି ।