ଅନଲକ-୦୪ରେ ଖୋଲିପାରେ ସ୍କୁଲ

ଅନଲକ-୦୪ରେ ଖୋଲିପାରେ ସ୍କୁଲ

ଅନଲକ-୦୪ରେ ଖୋଲିପାରେ ସ୍କୁଲ
ନୂଆଦିଲ୍ଲୀ: ସେପ୍ଟେମ୍ବର ୧୦ ତାରିଖରୁ ଚତୁର୍ଥ ପର୍ଯ୍ୟାୟ ଅନଲକ ଆରମ୍ଭ ହେବ । ଏହି ଅନଲକ-୪ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିବେ । ଏହି ଚତୁର୍ଥ ପର୍ଯ୍ୟାୟ ଅନଲକ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସ୍କୁଲ, କଲେଜ ଖୋଲିବା ଲାଗି ଅନୁମତି ଦେବା ସମ୍ଭାବନା ରହିଛି । ଯଦି ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳେ ତେବେ ଏଗୁଡ଼ିକ ପର୍ଯ୍ୟାୟ କ୍ରମେ ଖୋଲାଯିବ । ଏହା ସହିତ ଆବଶ୍ୟକ ସୁରକ୍ଷା ଓ ପ୍ରତିଷେଧକ ବ୍ୟବସ୍ଥା ଆପଣାଯିବ । କରୋନା ପାଇଁ ଦୀର୍ଘ ୫ ମାସ ହେଲା ଦେଶବ୍ୟାପୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସେହିପରି ମେଟ୍ରୋ ଟ୍ରେନ ସେବା ଆରମ୍ଭ ନେଇ ମଧ୍ୟ ସରକାର ଯୋଜନା କରୁଛନ୍ତି । ଅନଲକ-୩ରେ ସରକାରୀ ଯୋଗ ଅନୁଷ୍ଠାନ ଓ ଜିମ୍ନାସିୟମଗୁଡ଼ିକୁ ଖୋଲିବାକୁ ଅନୁମତି ଦେଇଥିଲେ । ଅଗଷ୍ଟ ମାସ ଶେଷ ହେବାକୁ ଯାଉଥିବା ବେଳେ କେନ୍ଦ୍ର ଖୁବଶୀଘ୍ର ଅନଲକ-୪ ଘୋଷଣା କରିପାରନ୍ତି ।