ଅମାନିଆଙ୍କୁ ସାବାଡ଼ କଲେ ପୁଲିସ କମିସନର

ଅମାନିଆଙ୍କୁ ସାବାଡ଼ କଲେ ପୁଲିସ କମିସନର

ଅମାନିଆଙ୍କୁ ସାବାଡ଼ କଲେ ପୁଲିସ କମିସନର
ଭୁବନେଶ୍ୱର: ସାବଧାନ ସହରରେ ବୁଲୁଛନ୍ତି ପୁଲିସ କମିସନର । ଅମାନିଆଙ୍କୁ ରାସ୍ତା ମଝିରେ ସାବାଡ କରୁଛନ୍ତି । ଗାଡ଼ି ଚଳାଇବା ବେଳେ ଆଇନ ଉଲ୍ଲଂଘନ କଲେ ‘ଅନ ଦ ସ୍ପଟ’ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଶାସ୍ତ୍ରୀନଗରଠାରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ଏପରି ଆକ୍ସନ ମୋଡରେ ଦେଖିବାକୁ ମିଳିଛି । କମିସନର ଶ୍ରୀ ଷଡଙ୍ଗୀ ଅଫିସକୁ ଫେରୁଥିବା ବେଳେ ହେଲମେଟକୁ ଗାଡ଼ି ମିରରରେ ଝୁଲାଇ ଫୋନରେ ଗପି ଗପି ଯାଉଥିବା ଜଣେ ଅମାନିଆ ଚାଳକକୁ ୭ ମିନିଟ ଧରି ଟୁ୍ୟଠସନ କରିଥିଲେ । ‘ଆଉ କେତେ ହେଲେ ବୁଝିବ’ ବୋଲି ପ୍ରଶ୍ନ କରିବା ସହ ଆଗକୁ ଯେଭଳି ଏଭଳି ପୁନରାବୃତ୍ତି ନ ହୁଏ, ତାଗିଦ କରିଥିଲେ । ତେବେ ଉକ୍ତ ଯୁବକଙ୍କ ଠାରୁ ଜରିମାନା ଆଦାୟ କରିବା ପରେ ଛଡ଼ା ଯାଇଛି । ଏ ନେଇ କମିସନର ଶ୍ରୀ ଷଡଙ୍ଗୀ କହିଛନ୍ତି ଅନେକ ସମୟରେ ମୁଁ ରାସ୍ତାରେ ବୁଲି ଅମାନିଆଙ୍କ ଉପରେ ନଜର ରଖୁଛି । କେବଳ ୪ ଟି ଅମାନିଆଙ୍କୁ ଏବେ ଧରିଛି । ସପ୍ତାହେ ମଧ୍ୟରେ ୩୦ ରୁ ଊଦ୍ଧ୍ୱର୍ ଅମାନିଆଙ୍କୁ ରାସ୍ତା ମଝିରେ ଧରି ଜରିମାନା କରିଛି । ଏତେ ପରେ ବି ଲୋକମାନେ ନ ସୁଧୁରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ତେବେ ପୁଲିସ ଅଧିକାରୀ ସବୁବେଳେ ଆଇନର ରକ୍ଷାକର୍ତ୍ତା । ଏଣୁ ଯେ କେହି ଅଧିକାରୀ ରାସ୍ତାରେ ଯିବା ବେଳେ ଏଭଳି ଉଲ୍ଲଂଘନକାରୀ ନଜରରେ ପଡ଼ିଲେ ସଚେତନ ରୁହନ୍ତୁ ।