ଆଇପିଏସଙ୍କ ପଦୋନ୍ନତି, ଜାଣନ୍ତୁ କେଉଁ ଅଧିକାରୀଙ୍କର ହେଲା ପଦୋନ୍ନତି

ଆଇପିଏସଙ୍କ ପଦୋନ୍ନତି, ଜାଣନ୍ତୁ କେଉଁ ଅଧିକାରୀଙ୍କର ହେଲା ପଦୋନ୍ନତି

ଆଇପିଏସଙ୍କ ପଦୋନ୍ନତି, ଜାଣନ୍ତୁ କେଉଁ ଅଧିକାରୀଙ୍କର ହେଲା ପଦୋନ୍ନତି
ଭୁବନେଶ୍ୱର: ୧୯୯୬ ବ୍ୟାଚ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କୁ ରାଜ୍ୟ ସରକାର ଅତିରିକ୍ତ ପୁଲିସ ମହାନିଦେ୍ର୍ଧଶକ ପାହ୍ୟାକୁ ପଦୋନ୍ନତି କରିଛନ୍ତି । ୨୦୨୧ ଜାନୁଆରୀ ପହିଲାରୁ ଏହି ନିଦେ୍ର୍ଧଶନାମା କାର୍ଯ୍ୟକାରୀ ହେବ । ଶ୍ରୀ ବୋଥ୍ରାଙ୍କ ବ୍ୟତୀତ ସେହି ବ୍ୟାଚର ସଞ୍ଜୟ କୁମାର ସିଂହଙ୍କୁ ବି ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୬ ବ୍ୟାଚ ଆଇପିଏସ ସୁନୀତା କାକ୍ରନଙ୍କୁ ପ୍ରୋଫର୍ମା ପ୍ରମୋସନ ଦିଆଯାଇଛି । ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ୯ ଜଣ ଆଇପିଏସଙ୍କୁ ସରକାର ପଦୋନ୍ନତି ଦେଇଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୫ ଜଣ ଆଇପିଏସଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ ବାକି ୪ ଜଣଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତିି ମିଳିିଛି । ୨୦୦୩ ବ୍ୟାଚ ଆଇପିଏସ ଅଧିକାରୀ କବିତା ଜଲାନ, ସଫିନ କେ ଅହମ୍ମଦ, ହିମାଂଶୁ ଲାଲ, ସଞ୍ଜୟ କୁମାର କୌଶଲ ଓ ନିଖିଲ କନୋଡିଆ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ସେହିପରି ଆଇପିଏସ ଅବିନାଶ କୁମାର, ଆର ଉତ୍ତମ ରାଓ, ସାର୍ଥକ ଷଡଙ୍ଗୀ ଓ ନୀତି ଶେଖରଙ୍କୁ ଡିଆଇଜି ପାହ୍ୟାକୁ ସରକାର ପଦୋନ୍ନତି କରିଛନ୍ତି ।