ଅଳ୍ପକେ ବର୍ତ୍ତିଗଲା ଏହି ଦୁର୍ଦ୍ଧାନ୍ତ ମାଓ ନେତା
ଅଳ୍ପକେ ବର୍ତ୍ତିଗଲା ଏହି ଦୁର୍ଦ୍ଧାନ୍ତ ମାଓ ନେତା
admin
Dec 13, 2020 - 07:16
Updated: Dec 13, 2020 - 07:16
ଫୁଲବାଣୀ: କନ୍ଧମାଳ ପୁଲିସ ଏନକାଉଣ୍ଟରରେ ନିହତ ମହିଳା କ୍ୟାଡର ମାଓବାଦୀର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଯାଇଛି । ମୃତଦେହ ପାଖରେ ପଡ଼ିଥିବା ୨ଟି ଦେଶୀ ବନ୍ଧୁକ ଓ ୪ ରାଉଣ୍ଡ ଜୀବନ୍ତ ଗୁଳି ମଧ୍ୟ ପୁଲିସ ଜବତ କରିଛି । ତେବେ ମୋଷ୍ଟ ୱାଣ୍ଟେଡ ମାଓନେତା ଦସୁର ଅଳ୍ପକେ ପୁଲିସ ହାତରୁ ଖସିଯିବାକୁ ସମର୍ଥ ହୋଇଛି । ଏହି କ୍ୟାମ୍ପରେ ଓଡ଼ିଶା ରାଜ୍ୟ କମିଟି କେକେବିଏନ ସଂଗଠନର ୨୦ ରୁ ୨୫ ଜଣ ମାଓବାଦୀଥିଲେ । ସେମାନଙ୍କ ମଧ୍ୟରେ ମୋଷ୍ଟ ୱାଣ୍ଟେଡ ମାଓନେତା ଦସୁର ଥିଲା ବୋଲି କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ଆୟୋଜିତ ସାମ୍ବାଦିକ ସମ୍ମଳିନୀରେ କହିଛନ୍ତି । ଘଟଣା ପରେ ନିକଟ ଘଞ୍ଚ ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ଯଥେଷ୍ଟ ସମ୍ଭାବନା ଥିବାରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା କୋଏରମାରରୁ ପଞ୍ଚାୟତ ପାଦରପଡ଼ା ନିକଟ ଜଙ୍ଗଲରେ ଗତକାଲି ଅପରାହ୍ନରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୁଲିସ କମ୍ବିଂ ଅପରେସନ ଚଳାଇଥିବା ବେଳେ ସେମାନଙ୍କ ଆଡ଼କୁ ଲକ୍ଷ୍ୟ କରି ମାଓବାଦୀ ଗୁଳି ଚଳାଇଥିଲେ । ପୁଲିସ ସେମାନଙ୍କୁ ଗୁଳିମାଡ଼ ବନ୍ଦ କରି ଆତ୍ମସମର୍ପଣ କରିବାକୁ କହିଥିଲା । ମାତ୍ର ମାଓବାଦୀ ଶୁଣିନଥିଲେ, ବରଂ ଗୁଳିମାଡ଼ ଜାରି ରଖିଥିଲେ । ପାଲଟା ଜବାବ ଦେବାକୁ ଯାଇ ପୁଲିସ ଆଖିବୁଜା ଗୁଳି ଚାଳନା କରିଥିଲା ।