ଆଇପିଏଲକୁ ଛୁଇଁଲା କରୋନା : ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚଙ୍କୁ କରୋନା

ଆଇପିଏଲକୁ ଛୁଇଁଲା କରୋନା : ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚଙ୍କୁ କରୋନା

ଆଇପିଏଲକୁ ଛୁଇଁଲା କରୋନା : ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚଙ୍କୁ କରୋନା
ଜୟପୁର : ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ କୋଚ୍ ଦିଶାନ୍ତ ୟାଗ୍ନିକ । ବୁଧବାର ୟାଗ୍ନିକଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ରାଜସ୍ଥାନ ଟିମ୍ ଅଭ୍ୟାସ ପାଇଁ ମୁମ୍ବାଇରେ ଏକତ୍ରିତ ହୋଇଥିବା ବେଳେ ଆସନ୍ତା ସପ୍ତାହରେ ଦଳ ୟୁଏଇ ନିମନ୍ତେ ଯାତ୍ରା କରିବ । ରାଜସ୍ଥାନର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଦିଶାନ୍ତ ପୂର୍ବରୁ ରୟାଲ୍ସ ପାଇଁ ଖେଳି ସାରିଛନ୍ତି । ଦିଶାନ୍ତ ବର୍ତ୍ତମନା ୁଦୟପୁରରେ ରହିଥିବା ବେଳେ ୧୪ ଦିନିଆ କ୍ୱାରେଣ୍ଟାଇନ୍ ଅବଧି ପୂରା କରିବା ପରେ ରାଜସ୍ଥାନ ଦଳ ସହିତ ଯୋଗ ଦେବେ ବୋଲି ଜଣାପଡିଛି । ଦିଶାନ୍ତ ଟ୍ୱିଟ୍ଟର ଜରିଆରେ ଏହି ସୂଚନା ଦେଇଥିବା ବେଳେ ବିଗତ ୧୦ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହି ଡାକ୍ତରୀ ପରୀକ୍ଷଣ କରାଇବା ପାଇଁଁ ଅନୁରୋଧ କରିଛନ୍ତି । ବିସିସିଆଇର ନିୟମ ଅନୁଯାୟୀ ସମସ୍ତ ଖେଳାଳି ଏବଂ ଅଫିସିଆଲ୍ ଦୁଇ ଥର ଲେଖାଏଁ କୋଭିଡ୍ ଟେଷ୍ଟ କରାଇବେ । ଦୁଇଥର ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ବୁଧବାରର ରିପୋର୍ଟ ପଜିଟିଭ୍ ଆସିଥିଲା । ସେହିପରି ଅନ୍ୟୁନ ୬ ଦିନ ଆଇସୋଲେସନ୍ ଏବଂ ତିନୋଟି ରିପୋର୍ଟ ନେଗେଟିଭ୍ ଆସିବା ପରେ ଦିଶାନ୍ତ ରାଜସ୍ଥାନ ଟିମ୍ ସହିତ ଯୋଗ ଦେଇ ପାରିବେ ବୋଲି ରାଜସ୍ଥାନ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ।