ଆକାଶ ଛୁଆଁ ହେଲା ପେଟ୍ରୋଲ

ଆକାଶ ଛୁଆଁ ହେଲା ପେଟ୍ରୋଲ

ଆକାଶ ଛୁଆଁ ହେଲା ପେଟ୍ରୋଲ
ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଲଗାତାର ବଢି ଚାଲିଛି । ମାଲକାନଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ ଟଙ୍କା ୪୨ ପଇସା ହେଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୮୬ ଟଙ୍କା ୭୪ ପଇସା ହୋଇଛି । ତେଲ ଦରବୃଦ୍ଧିକୁ ନେଇ ଚିନ୍ତାରେ ଗ୍ରାହକ । ଏତେ ରେଟରେ ଗାଡିରେ ତେଲ ପକାଇବା ଗ୍ରାହକଙ୍କ ସମ୍ଭବ ନୁହେଁ । ସାଧାରଣ ପରିବାର ଘରର ଲୋକେ ମାନେ ଏବେ ଗାଡି ଚଲାଇବାକୁ ଡରିଲେଣୀ । ଅନ୍ୟପଟେ ରବିବାର ରାଜସ୍ଥାନର ଗଙ୍ଗାନଗରରେ ପେଟ୍ରୋଲ-ଡିଜେଲ୍ ବିକ୍ରି ସବୁ ରେକର୍ଡ ଭାଙ୍ଗି ଦେଇଛି। ଏଠାରେ ଏକ୍ସଟ୍ରା ପ୍ରିମିୟମ୍ ପେଟ୍ରୋଲର ଦର ଲିଟର ପିଛା ୧୦୦.୫୧ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ସେହିପରି ଏଠାରେ ଡିଜେଲ୍ ଦର ଲିଟର ପିଛା ୮୯.୪୬ ଟଙ୍କାରେ ବିକ୍ରି ହେଉଛି। ତେବେ ଏଠାରେ ସାଧାରଣ ପେଟ୍ରୋଲ୍ ଦର ଲିଟରପିଛା ୯୭.୭୬ ଟଙ୍କାରେ ବିକ୍ରି ହେଉଛି।