ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତାରୋକ

ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତାରୋକ

ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତାରୋକ
କୋକସରା: ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଚାଷୀ ଧାନବସ୍ତା ରଖି ରାସ୍ତାରୋକ କରିଛନ୍ତି । ମୁଖିଗୁଡା-କଲମପୁର ରାସ୍ତାରେ ଧାନବସ୍ତା ରଖି ଚାଷୀ ରାସ୍ତାରୋକ କରିଥିବା ସୂଚନା ମିଳିଛି । କଲମପୁର ବ୍ଲକ ପଣ୍ଡି ଗ୍ରାମରେ ଧାନ ପଡି ରହିଛି । ଟାର୍ଗେଟ ନଥିବାରୁ ଧାନ ବଠୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ୧୨ ହଜାର କୁଇଂଟାଲରୁ ଅଧିକ ଧାନ ମଣ୍ଡିରେ ପଡି ରହିଛି । ଧାନ ଅମଳ ଶେଷ ହେବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ କେତେବେଳେ ଟାର୍ଗେଟ ଅଭାବ ତ କେତେବେଳେ ଟ୍ରକ ଆସୁନଥିବା ଅଖା ଅଭାବ ଭଳି ସମସ୍ୟା ଦର୍ଶାଇ ମଣ୍ଡି ଅଚଳ ହେଉଛି। ପ୍ରଶାସନ ମଧ୍ୟ ନିରବ ଦର୍ଶକ। ସ୍ଥାନୀୟ ଲୋକ ପ୍ରତିନିଧି ଚାଷୀଙ୍କ ସମସ୍ୟା ପାଇଁ ଆଖି ବୁଜି ଦେଇଛନ୍ତି। ଏବେ ରବି ଧାନ ପାଇଁ ଜଳ ସେଚନ ଆରମ୍ଭ ହେଇଯାଇଛି। କିନ୍ତୁ ଚାଷୀ ଧାନ ବିକ୍ରି କରିପାରି ନାହାଁନ୍ତି। ଧାନ ବିକ୍ରି କରି ପାରିନଥିବାରୁ ଚାଷୀଙ୍କ ପାଖରେ ଅର୍ଥ ଅଭାବ। ଯାହା ସେମାନଙ୍କ ରବି ଧାନ ଚାଷ ପାଇଁ ପ୍ରସ୍ତୁତିରେ ବାଧକ ସାଜିଛି। ମଣ୍ଡିରୁ ଧାନ ନଉଠିବା ଯାଏଁ ଆନେ୍ଦାଳନ ଜାରୀ ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।